July 3, 2024

ଗୁମୁଡା ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀର ନିର୍ମାଣଧୀନ ସେତୁ କେବେ ହେବ ସମ୍ପୂର୍ଣ୍ଣ

Share


ରାୟଗଡା ରାସ୍ତା ଓ କୋଠାବାଡି ଡିଭିଜନ ଦୁଇ ଆନ୍ତର୍ଗତ ଗୁଣୁପୁର ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀ ଉପରେ 35.62 କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କମ କୁ ଗତ 2021 ମସିହା ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଶୁଭ ଦେଇଥିଲେ l ଏହି ସେତୁ ନିର୍ମାଣ ପାଇଁ ଅରୁଣ ଶତପଥି ନାମକ ଏକ ଠିକାଦାର ଏହି ସେତୁ ନିର୍ମାଣ ପାଇଁ 9.99% କମ ମୂଲ୍ୟରେ ଅର୍ଥାତ 27,96,54,89 ଟଙ୍କାରେ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ନମ୍ୱର 29811/2021-2022 ଅନୁଯାଇ ଏହି ସେତୁ ନିର୍ମାଣ କାମ 06/07/2022 ରୁ ଆରମ୍ଭ କରି 06/07/2024 ରେ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ l
ଏହି ସେତୁ ରେ 96 ପାଇଲ ସହ 15 ଗୋଟି ସ୍ପାନ ସହିତ 950 ମିଟର ଲମ୍ବର ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ମାତ୍ର 30 ଗୋଟି ପାଇଲ କାମ ସମାପ୍ତ ହୋଇଥିବା ଜଣାପଡିଛି l କାମ ଆରମ୍ଭ ର ଦୀର୍ଘ ଦୁଇ ବର୍ଷ ପରେ ମାତ୍ର 30 ଗୋଟି ପାଇଲ ସମାପ୍ତ ହୋଇଛି ସେଥିପାଇଁ ସ୍ଥାନୀୟ ଜନସାଧାରଣ ବକ ମନ ରେ ସନ୍ଦେହ ସୃଷ୍ଟି ହୋଇଛି ଯେ ଏହି ସେତୁର ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ ବୋଲି l
ଏହି ନଦୀ ପାର ହୋଇ ସ୍କୁଲ ପିଲା, କଲେଜ ପିଲା ଚାଷୀ ଓ ବ୍ୟବସାହି ମାନେ ପ୍ରତିଦିନ ଯାତାୟତ କରିଥାନ୍ତି କିନ୍ତୁ ନଦୀରେ ପାଣି ଥିବାରୁ ଯାତାୟତ ରେ ଅସୁବିଧା ହେଉଛି l ନାଇରା ଓ ଲୋକନାଥପୁର ମଧ୍ୟରେ ଦୂରତା 1 କିଲୋମିଟର କିନ୍ତୁ ବର୍ଷା ଦିନ ଦୀର୍ଘ 15 କିଲୋମିଟର ରାସ୍ତା ବୁଲି ଯାତାୟାତ କରୁଛୁ ବୋଲି କହିଛନ୍ତି l ଏହି ସେତୁ ନିର୍ମାଣ କାମ ନେଇ ସମ୍ପୃକ୍ତ ଠିକାଦାରଅରୁଣ ଶତପଥୀ ଙ୍କୁ ଫୋନ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ନଦୀ ଉପରେ ପିଲାର ପାଇଁ ପାଇଲିଙ୍ଗ କାମ ଆରଂଭ ହୋଇଛି l ଲୋକନାଥପୁର ସାଇଡ ରେ ଜମିଅଧିଗ୍ରହଣ କାମ ହୋଇନଥିବାରୁ ସେହି ପଟ କାମ ଅଟିକିଛି ବୋଲି କହିଥିଲେ l କାମ ଖୁବ ଶୀଘ୍ର ଆରମ୍ଭ କରିବୁ ବୋଲି ସୂଚନା ଦେଇଥିଲେ l
l ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ବାର ଏହି ସେତୁ ନିର୍ମାଣ ପାଇଁ ଯୋଗାଯୋଗ କରିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁବୋଲି ସ୍ଥାନୀୟ ବାସିନ୍ଦା ଶ୍ୟାମ ସୁନ୍ଦର ମହାନ୍ତି, ସୁବାସ ଶବର, ଗିରଧାରୀ ସାହୁ, ଏହି ପରି ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି l
ଏହି ସେତୁ ନିର୍ମାଣ କାମ ତଦାରଖ ପାଇଁ ସ୍ଥାୟୀ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ କି ନିର୍ବାହୀ ନାହାନ୍ତି ଅତରିକ୍ତ ଦାୟିତ୍ୱ ରେ ବିଭାଗୀୟ ଯନ୍ତ୍ରୀ ମାନେ ଅଛନ୍ତି ସେଥିପାଇଁ ମଧ୍ୟ୍ୟ ନିର୍ମାଣ କାମରେ ବିଳମ୍ବ ହେଉଥିବାର ମୁଖ୍ୟକାରଣ ବୋଲି ଜଣାପଡିଛି l
ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ଙ୍କ ଫୋନ 7978947559 ଓ ନିର୍ବାହୀ ଯନ୍ତ୍ରୀ ଙ୍କ ଫୋନ ନମ୍ବର 7898046066 ଯୋଗାଯୋଗ କରିବାରୁ ସେମାନେ ନିଜ ପ୍ରତିକ୍ରିୟାରେ କହିଲେ ଯେ ଜମି ଅଧିଗ୍ରହଣ ପାଇଁ ଲୋକନାଥପୁର ସାଇଡ କାମ ଅଟକିଛି ଓ ସେତୁ ର ଡିଜାଇନ ବଦଳିବା ରୁ କାମ ରେ ବିଳମ୍ବ ଘଟିଛି ତଥାପି 30 ଗୋଟି ପାଇଲ କାମ ସମାପ୍ତ ହୋଇଛି କହିଥିଲେ l ଯଥା ଶୀଘ୍ର ଜମି ଅଧିଗ୍ରହଣ କରି ସେତୁ କାମ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଛୁ କହିଥିଲେ l ଯଥାଶୀଘ୍ର ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ପାଇଁ ଅଂଚଳ ବାସି ଦାବୀ କରିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ