July 3, 2024
Share
  1. ➡️୧-ଆଜି ହେଉଛି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବ ରଜ ପାଇଁ ଗାଁଠୁ ସହର ଉତ୍ସବମୁଖର । ଘରେ ଘରେ ପିଠାପଣା ପ୍ରସ୍ତୁତି ସାଙ୍ଗକୁ ଜମୁଛି ହସଖୁସିର ମାହୋଲ l

➡️୨-ଇଟାଲୀ ଜି-୭ ବୈଠକରେ ଭାରତୀୟ ଶୈଳୀରେ ଆତିଥ୍ୟ । ହାତଯୋଡି ‘ନମସ୍କାର’ କହିି ଅତିଥିଙ୍କୁ ସ୍ୱାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି l ଅନେକ ନେତାଙ୍କ ସହ ମୋଦୀ କଲେ ଦ୍ୱିପାକ୍ଷିକ ବୈଠକ l

➡️୩-ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କଲା ଛତିଶା ନିଯୋଗ। ୨୨ରେ ଦେବସ୍ନାନ ପୂର୍ଣ୍ଣିମା l

➡️୪-ଜୁଲାଇ ୨୨ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ । ଆସିବ ତୃତୀୟ ପାଳିର ପ୍ରଥମ ବଜେଟ, ଅଗଷ୍ଟ ୯ ପର୍ଯ୍ୟନ୍ତ ଗୃହ ଚାଲିବା ସମ୍ଭାବନା l

➡️୫-ଆକ୍ସନ ମୋଡରେ ନୂଆ ମୁଖ୍ୟମନ୍ତ୍ରୀ । ହେଲେ ପଛକୁ ଟାଣୁଛି ଢିଲା ପ୍ରାଶାସନିକ ବ୍ୟବସ୍ଥା । ଖୋଦ୍ ଲୋକ ସଂପର୍କ ବିଭାଗ ବି ଜାଣିନି ମୁଖ୍ୟମନ୍ତ୍ରୀଙ୍କ ରିୟଲ ଏକ୍ସ ଆକାଉଣ୍ଟ । ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ମଧ୍ୟ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା।

➡️୬-ଖୁବଶୀଘ୍ର ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ । ଆଇପିସି , ସିଆରପିସି ଓ ଏଭିଡେନ୍ସ ଆକ୍ଟ ହଟିବ । ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ପୁଲିସ ଆଇନ୍ l

➡️୭-ମୌସୁମୀ ଏବେ କୋରାପୁଟରେ ସକ୍ରିୟ। ଏହା ସେଠାରୁ ୩/୪ ଦିନ ଭିତରେ ଅଗ୍ରସର ହେବ। ଜୁନ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା।

➡️୮-ରାଜ୍ୟ କଂଗ୍ରେସର ହେବ ଢାଞ୍ଚାଗତ ପରିବର୍ତ୍ତନ । ଦଳରେ ରହିବ ନାହିଁ ଗୋଷ୍ଠୀ ବିବାଦ କି ଭାଗ ଭାଗ ହେବାକୁ ଦିଆଯିବ ନାହିଁ l କଂଗ୍ରେସ ନେତାମାନେ ଦିଲ୍ଲୀ ଯିବା ବନ୍ଦ କରି ସଂଗଠନ ସଜାଡ଼ିବାକୁ ହାତଯୋଡି ଅନୁରୋଧ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି ।

➡️୯-ଏଣିକି ଆଉ ପଡିବନି ‘ଟ୍ରୁ କଲର’ ଭଳି ଆପ୍ ର ଆବଶ୍ୟକତା, ଜୁଲାଇ ୧୫ରୁ ମନକୁ ମନ ଦେଖାଯିବ କଲ ଆଇଡି l କମ୍ପାନୀମାନେ ମୁମ୍ବାଇ ଓ ହରିୟାଣାରେ ଏହାର ଟ୍ରାୟଲ ଆରମ୍ଭ କରିସାରିଲେଣି l

➡️୧୦-କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ ।

➡️୧୧-ତାତି ପାଇଁ ଉତ୍ତରପ୍ରଦେଶରେ ବଢ଼ିଲା ଖରା ଛୁଟି ଅବଧି: ଜୁନ୍ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ l

➡️୧୨-ଲୋକସଭା ନିର୍ବାଚନ ଫଳାଫଳ ଦିନ ଏକ ଲାଇଭ୍ ସୋ’ରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗରେ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ ସାମ୍ବାଦିକ ରଜତ ଶର୍ମା l

➡️୧୩-କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୁଏଲ ଓରାମ l ଭବିଷ୍ୟତରେ ଆଦିବାସୀଙ୍କ ସମସ୍ତ ପ୍ରକାର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି l

➡️୧୪-ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ବଡ଼ ନିଷ୍ପତ୍ତି: ଏଣିକି ଶିକ୍ଷକ ନିଯୁକ୍ତିରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ l

➡️୧୫-ସିକିମର ମଙ୍ଗନ ଜିଲ୍ଲାରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାର କଲେ ଘୋଷଣା l ବୁଧବାର ରାତିରେ ଏଠାରେ ୨୨୦.୧ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା।

➡️୧୬-ପଛରେ ପଡିଲା ହଂକଂ, ବଢିଲା BSE ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜିକରଣ, ପାଲଟିଲା ବିଶ୍ୱର ଚତୁର୍ଥ ମାର୍କେଟ୍ l

➡️୧୭-ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ବି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁନି ଇରାନ। ସେପଟେ ଇରାନର ଏହି ପଦକ୍ଷେପକୁ ନେଇ ଚେତାବନୀ ହେଲା ଆମେରିକା, କହିଲା ବିଶ୍ୱ ପ୍ରତି ଘନାଉଛି ବିପଦ l

➡️୧୮-ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଏଣିକି ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ କରିପାରିବ ଏୟାର ଷ୍ଟ୍ରାଇକ୍ l

➡️୧୯-ଟି -୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ପାକିସ୍ତାନ: ସୁପର-୮ରେ ଏଣ୍ଟ୍ରି କରି ଇତିହାସ ରଚିଲା ଆମେରିକା l ପାକିସ୍ତାନର ଶେଷ ମ୍ୟାଚ୍ ୧୬ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ହେବ l

➡️୨୦-ଟି-୨୦ ବିଶ୍ବକପ୍ ରେ ଆଜି ଭାରତ-କାନାଡ଼ା ମଧ୍ୟରେ ହେବ ମୁକାବିଲା l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ରଜ ସଂକ୍ରାନ୍ତି ll*
*🔅ଆଜି ଗ୍ଲୋବାଲ୍ ପବନ ଦିବସ ll*
*🔅ଆଜି ବିଶ୍ୱ ବୟସ୍କମାନଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ ll*
*🔅ଆଜି ଗୁଡ଼ି ଉଡ଼ା ଦିବସ ll*
*🔅ଆଜି ବିଶ୍ୱବ୍ୟାପୀ ଦାନ ଦିବସ ll*
*🔅ଆଜି ବିଶ୍ୱ ଜଗିଂ ଦିବସ ll*
*🔅ଆଜି ଶ୍ରୀ ମହେଶ୍ୱରୀ ଜୟନ୍ତୀ ll*
*🔅ଆଜି ଶ୍ରୀ ଆନ୍ନା ହାଜାରେଙ୍କ ଜନ୍ମଦିନ ll*
*🔅ଆଜି ଆନ୍ତର୍ଜାତୀୟ ସର୍ଫିଂ ଦିବସ ll*
*🔅ଆଜି ବିଶ୍ୱ ପ୍ରାଚୀନ ଦୁର୍ବ୍ୟବହାର ସଚେତନତା ଦିବସ ll*
*🔅ଆଜି ଆଇନ ଶୃଙ୍ଖଳା ଅଧିକାରୀଙ୍କ ପାଇଁ ଜାତୀୟ ପ୍ରାର୍ଥନା ଦିବସ ll*
*🔅ଆଜି ସ୍ଥାନୀୟ ଆମେରିକୀୟ ନାଗରିକ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*