November 23, 2024

ପିପିଲି ରେ ଭାରତ ବିକାଶ ପରିଷଦ ତରଫରୁ “ବିଶ୍ୱ ରକ୍ତଦାତା ଦିବସ” ପାଳିତ —-

Share

ପିପିଲି ରେ ଭାରତ ବିକାଶ ପରିଷଦ ତରଫରୁ “ବିଶ୍ୱ ରକ୍ତଦାତା ଦିବସ” ପାଳିତ —-

ପିପିଲି ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ରେଡକ୍ରସ ଦ୍ୱାରା ଅନୁମୋଦିତ ରକ୍ତଦାନ ଶାଖା ସହଜପୁର ଗ୍ରାମ ପଞ୍ଚାୟତସ୍ଥିତ ସୁହାଗପୁର କେନ୍ଦ୍ରରେ “ବିଶ୍ୱ ରକ୍ତଦାତା ଦିବସ” ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ପୂର୍ବ ପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାସ, ସତ୍ୟବାଦୀ ଶାଖାର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପ ସଭାପତି ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ, ଶ୍ରୀଯୁକ୍ତ ବିଷ୍ଣୁ ମହାରଣା, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନବଘନ ଶତପଥୀ, କୋଷାଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ପରିଡା, ସଂଗଠନ ସମ୍ପାଦକ ଶ୍ରୀ ସୁନୀଲ କୁମାର ବେହେରା, ଶ୍ରୀ ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପଞ୍ଚାୟତ ସ୍ତରରେ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ଶାଖା ତରଫରୁ ପଞ୍ଚାୟତର ପୂର୍ବତନ ସରପଂଚ ଶ୍ରୀ କୃଷ୍ଣଚନ୍ଦ୍ର ବସ୍ତିଆ ଙ୍କୁ ସମ୍ମାନିତ କରାଯାଇଛି । ଏହି ସଭାରେ ପଞ୍ଚାୟତ ର ସମସ୍ତ ରକ୍ତଦାତା ମାନଙ୍କୁ ସମ୍ମାନିତ କରିବା ସହ ରକ୍ତଦାତା ମାନପତ୍ର ପ୍ରଦାନ କରାଯାଇଥିଲା l ଜଣେ ଭିନ୍ନକ୍ଷମ ରକ୍ତଦାତା ଶ୍ରୀ ସଦାନନ୍ଦ ପୃଷ୍ଟି ଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା l ରକ୍ତଦାନ ସମ୍ବଦ୍ଧିୟ ବିଭିନ୍ନ ଉପକାରିତା ବିଷୟରେ ରକ୍ତଦାତା ଆଦ୍ୟାଶା ମହାପାତ୍ର ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବସ୍ତିଆ ଆଗାମୀ ଦିନରେ ପଞ୍ଚାୟତରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ସହ ସମସ୍ତ ରକ୍ତଦାତା ମାନଙ୍କର ସୁସ୍ଥ ନିରୋଗ ଓ ଉଜ୍ବଳ ଭବିଷ୍ୟତ କାମନା କରି ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ବକ୍ତବ୍ୟ ରଖିଥିଲେ । ବ୍ୟକ୍ତିଗତ ଭାବେ ସର୍ବାଧିକ ଥର ରକ୍ତ ଦାନ ପାଇଁ ରକ୍ତଦାତା ଶ୍ରୀ ପଦ୍ମ ଲୋଚନ ମହାପାତ୍ର ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନାରେ ସିମାଚଳ ମହାପାତ୍ର, ମୋନାଲିସା ମହାପାତ୍ର, ମହେଶ୍ୱର ସାହୁ, ବାସୁଦେବ ସାହୁ, ଦେବାଶିଷ ବେହେରା ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।(ସାକ୍ଷୀଗୋପାଳରୁ କାନୁ ପାତ୍ର ଙ୍କ ରିପୋର୍ଟ)