ଜୀବନ ସଂଘର୍ଷ ଓ ସଂଘାତର କବିତା ପସରା “କଥା ଓ ବ୍ୟଥା” ଲୋକାର୍ପିତ:

ଜୀବନ ସଂଘର୍ଷ ଓ ସଂଘାତର କବିତା ପସରା “କଥା ଓ ବ୍ୟଥା” ଲୋକାର୍ପିତ:
ପାରଳାଖେମୁଣ୍ଡି:୧୫/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଦରଦି କବି ବିଚିତ୍ରାନନ୍ଦ ବେବର୍ତ୍ତା* ଙ୍କ କବିତା ପସରା “କଥା ଓ ବ୍ୟଥା” ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି। କବିଙ୍କର ଏହି କବିତା ଗୁଚ୍ଛଟି ତାଙ୍କର ସପ୍ତମ ସୃଷ୍ଟି। ଆଜିର କବିତାଟିରେ ସେ ସାମ୍ପ୍ରତିକ ଯୁଗ ଚେତନା ପାଇଁ ଏକ ବଂନହ୍ହିଁ ଶିଖା ସମାଜ ପାଇଁ ବାଣ୍ଟିଛନ୍ତି ବୋଲି ବକ୍ତା ମାନେ କହିଥିଲେ।ସମସ୍ତ କବିତା ଗୁଡ଼ିକୁ ଅଧ୍ୟାପକ ସୌଦାଗର ସିଓ ସମୀକ୍ଷା କରିଥିଲେ। ଡ.ଭୁବନେଶ୍ୱର ପଟନାୟକ, ପଣ୍ଡିତ ନରସିଂହ ଗୌଡ଼, ସମ୍ପୂର୍ଣାନନ୍ଦ ବେବର୍ତ୍ତା,ବିନୋଦ ଜେନା, ଭଗବତ ପାଢ଼ୀ, ଡ କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ ,ଶାଶ୍ଵତୀ ବେବର୍ତ୍ତା,ନିଜ ନିଜର ମତ ରଖିଥିବା ବେଳେ ଶରତ ସାହୁ , ମୂରଲୀଧର ପରିଚ୍ଛା, ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ପ୍ରସାଦ ପଣ୍ଡା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।