March 8, 2026

ଭାରତୀୟ ସୈନିକଙ୍କ ବୀରତ୍ବ ସମ୍ମାନରେ ତ୍ରିରଙ୍ଗା ଶୋଭାଯାତ୍ରା 

IMG-20250515-WA0043
Share

 

ବୁଗୁଡ଼ା :ତା ୧୫/୦୫/୨୫ : ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀଙ୍କ ଲୋମହର୍ଷଣକାରୀ ଘଟଣା ପରେ ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେବାକୁ ଯାଇ “ଅପରେସନ ସିନ୍ଦୂର” ପଦକ୍ଷେପର ସଫଳ ରୂପାୟନରେ ଭାରତୀୟ ସୈନିକଙ୍କ ପରାକ୍ରମକୁ ଭୂୟସୀ ପ୍ରଶଂସା ସହ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ଯରେ ବୁଗୁଡ଼ା ଏନଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବଡଦାଣ୍ଡଠାରୁ ଶୁଭାରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଶତାଧିକ ବାଇକ୍ ଆରୋହୀ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନଗର ଭ୍ରମଣ କରିଥିଲେ। ଏଥିରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ଏଟିଓ ସୁନନ୍ଦ ଶେଖର ସାହାଣି , ବିଇଓ ଚିନ୍ମୟ ମହାପାତ୍ର, ବ୍ଲକ ଏଫ୍ଓ ପରାସର ଦାଶ, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଆଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ, ଲୋକପ୍ରତିନିଧିଗଣ ଏବଂ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ପରିଚାଳନାରେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା ।