September 29, 2024

ବିଆର ଷ୍ଟିଲ ଆଣ୍ଡ ପାୱାର କାରଖାନା ରେ ରେଡ଼ କ୍ରସ ସୋସାଇଟି ସମ୍ବଲପୁର ଶାଖା ତରଫରୁ ଦୁଇ ଦୁନିଆ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର

Share

ସମ୍ବଲପୁର:ପୋତାପାଲି :ପୋତାପାଲି ସମ୍ବଲପୁର ସ୍ଥିତ ବିଆର ଷ୍ଟିଲ ଆଣ୍ଡ ପାୱାର,କାରଖାନାରେ ରେଡ଼କ୍ରସ ସୋସାଇଟି ସମ୍ବଲପୁର ଶାଖା ତରଫରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଇଥିଲା I
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ହୋଇ କୌଣସି ଦୁର୍ଘଟଣା ହେଲେ କିପରି ଲୋକଙ୍କର ପ୍ରାଥମିକ ଉପଚାର କରାଯିବ ସେ ନେଇ ତାଲିମ ନେଇଥିଲେ l ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଡ଼ କ୍ରସ ସୋସାଇଟି ସମ୍ବଲପୁର ଶାଖା ତରଫରୁ ସଚିବ ଶ୍ରୀ ଜୟ ଜର୍ଜ ଯୋଗ ଦେଇଥିଲେ , ରେଡ଼ କ୍ରସ ସୋସାଇଟି ର ଡାକ୍ତର . ଶ୍ରୀ ରାଜାରାମ ଷଡ଼ଙ୍ଗୀ ଏବଂ ସମ୍ବଲପୁର ଶାଖାର କ୍ଷେତ୍ର ଅଧିକାରୀ ଶ୍ରୀମତୀ ପ୍ରମିଳା ବେହେରା ୨ ଦିନ ଧରି ତାଲିମ ପ୍ରଦାନ କରିଥିଲେ l ଏଥି ସହିତ ମାନବ ସମ୍ବଳ ଗୃପ ମୁଖ୍ୟ ଈଶ୍ୱର ଚନ୍ଦ୍ର ବିଶ୍ୱାଳ , କାରଖାନା ର ଭାଈଶ ପ୍ରେସିଡେଣ୍ଟ ରୋହିତ ମହାପାତ୍ର , କର୍ପୋରେଟେ ସୁରକ୍ଷା ଏବଂ ପରିବେଶ ମୁଖ୍ୟ ପ୍ରମୋଦ କୁମାର ମହାନ୍ତି ଏବଂ କାରଖାନା ର ମାନବ ସମ୍ବଳ ବରିଷ୍ଠ ପ୍ରବନ୍ଧକ ଜଗଦାନନ୍ଦ ମହାପାତ୍ର ଅତିଥି ଭାରବରେ ଯୋଗ ଦେଇଥିଲେ l ସୁରକ୍ଷା ଏବଂ ପରିବେଶ ମୁଖ୍ୟ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lମୁଖ୍ୟଅତିଥି ସଚିବ ଶ୍ରୀଯୁକ୍ତ ଜର୍ଜ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ରେଡ଼ କ୍ରସ ସୋସାଇଟି ସମ୍ବଲପୁର ଶାଖାର ଲକ୍ଷ୍ୟ ମଣିଷଜାତିର ସେବା , ପ୍ରଶିକ୍ଷଣ ଦେବା ଏବଂ ଲୋକମାନଙ୍କ ପାଖରେ ସେବା ପହଞ୍ଚେଇବା l ଅତିଥି ଡାକ୍ତର ଷଡ଼ଙ୍ଗୀ ସଭା କୁ ସମ୍ଭୋଧିତ କରି କିପରି ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଦ୍ୱାରା ସବୁ ସମୟରେ ସବୁ ସ୍ଥାନରେ ମଣିଷ କୁ ଉପକାର ମିଳିଥାଏ ତାହା ଉପରେ ଆଲୋକପାତ କରିଥିଲେ l ମାନବ ସମ୍ବଳ ମୁଖ୍ୟ ଶ୍ରୀ ବିଶ୍ୱାଳ ତାଙ୍କର ବହୁ ମୂଲ୍ୟ ଉଦବୋଧନ ସମସ୍ତ ଙ୍କୁ ଆକର୍ଷଣ କରିଥିଲା। ସେ କହିଥିଲେ ଯେ , ଏହି ପ୍ରଶିକ୍ଷଣ ନିଶ୍ଚିତ ଆମକୁ ସାହାଯ୍ୟ କରିବ l ମୋର ଆଶା ଦୁଇଦିନ ଧରି ଯେଉଁ ରେଡ଼ କ୍ରସ ସୋସାଇଟି ସମ୍ବଲପୁର ଶାଖା ତରଫରୁ ପ୍ରଶିକ୍ଷଣ ଦିଆଯାଇଛି ତାହା ନିଶ୍ଚିତ ପ୍ରତେକ ସମୟ ଏବଂ ସ୍ଥାନ ରେ ଉପଯୋଗୀ ହେବ l ପ୍ରଶିକ୍ଷଣ ଶିବିର ରେ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କୁ ରେଡ଼ କ୍ରସ ସୋସାଇଟି ସମ୍ବଲପୁର ଶାଖା ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା l