ରଥଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |
ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ତା 15,05,2023ରିଖ ଅପରାହ୍ନ 04ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ମୁଖ୍ୟ ଅତିଥି ଓ ଗୁଣପୁର ପୋୖରାଧକ୍ଷ୍ୟା ଶ୍ରୀମତୀ ମମତା ଗୌଡ଼, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ କେନ୍ଦ୍ର ଦେହୁରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ । ଆସନ୍ତା ଜୁନ 20 ତାରିଖରୁ ଆରମ୍ଭ ହେବାକୁ ଥିବା ଘୋଷଯାତ୍ରା ଉପଲକ୍ଷେ ବିଭିନ୍ନ କମିଟି ଗଠନ କରାଯାଇ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ରଥ ତିଆରି ପାଇଁ କାଠ, ରଥ ଚକ ତିଆରି ପାଇଁ କାଠ, ମନ୍ଦିର ରଙ୍ଗ ଦିଆ, ଆଲୋକ ସାଜସଜ୍ଜା, ପରିମଳ ବ୍ୟବସ୍ଥା ଗ୍ରହଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଗୁଣ୍ଡିଚା ମନ୍ଦିର ତୁରନ୍ତ ଶେଷ କରିବା, ମିନା ବଜାର ବ୍ୟବସ୍ଥିତ ଭାବେ ବସାଇବା, ଉଠା ଦୋକାଣୀଙ୍କୁ ଟିକଟ ପ୍ରଦାନ କରିବା ସହ ସ୍ଥାନ ନିରୂପଣ କରିବା ଆଦି ଆଲୋଚନା ହୋଇଥିଲା । ରଥଯାତ୍ରା ନିମନ୍ତେ ଆଦାୟ ପାଣ୍ଠି କମିଟି ଅଧୀନରେ ରଖି ଖର୍ଚ୍ଚ କରିବା ସହ ପାଣ୍ଠି ଆଦାୟ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଜିର ଏହି ବୈଠକରେ ନିର୍ବାହୀ ଅଧିକାରୀ, ଗୁଣପୁର ପୌର ସଂସ୍ଥା, ଉପଖଣ୍ଡ ଚିକତ୍ସା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡ଼ି, ଥାନା ଅଧିକାରୀ, ବନଖଣ୍ଡ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗୁଣପୁର ପୌର ଉପାଧ୍ୟକ୍ଷ, ଅକ୍ଷୟ ଦାସ, ଉମା ଦାସ, ସୁଦାମ ପାଢ଼ୀ, ଗୁପ୍ତ ପ୍ରସାଦ ରଥ ଶର୍ମା, ଟୁକୁନା ରଥ ପ୍ରମୁଖ ଉପସ୍ଥିତ ଥିଲେ ।