ଦୋକାନ ଭିତରେ ଜଳିଗଲେ ବାପପୁଅ
ବୋଲଗଡବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ସାନପଦର ଗ୍ରାମରେ ଏକ ଅଭାବନୀୟ ଘଟନା ଘଟିଯାଇଛି ରାତିରେ ଶୋଇବା ଲାଗି ବାପ ରାଜେସ ସାହୁପୁଅ ଲକ୍ଷ୍ମୀଧର ସାହୁ ରାତ୍ରିରେ ଖାଇସାରି ଦୋକାନକୁ ଶୋଇବା ଲାଗି ଯାଇ ଦୋକାନଟିକୁ ଭିତର ପଟୁ ଚାବି ଦେଇ ଶୋଇଥିଲେ ଗ୍ରାମର କିଛି ବାଟ ଦୁରରେ ଦୋକାନଟି ଥିଲା ସେ ଜାଗାରେଆଉ କୌଣସି ଦୋକାନ ମଧ୍ଯ ନ ଥିଲା ଯେତେବେଳେ ଗ୍ରାମର ଲୋକମାନେ ପୋଖରିକୁ ସକାଳୁ ଗାଧୋଇବାପାଇଁ ଯାଇଛନ୍ତି ସେହି ସମୟରେ ଦେଖିଲେଦୋକାନଟି ଜଳି ଯାଇଛି ବୋଲି ଗ୍ରାମରଲୋକ ସମସ୍ତିଙ୍କୁ ଡାକିଥିଲେ ଏବଂ ବେଗୁନିଆ ଥାନାକୁ ଖବର ଦେଇଥିଲେ ତାପରେ ବେଗୁନିଆ ଥାନା ଅଧିକାରି ଘଟଣାସ୍ଥଳରେ ପହଞ୍ଚି ବେଗୁନିଆ ତହସିଲଦାର ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ତଦାରଖ ଆରମ୍ଭ କରିଛନ୍ତି
