ଅସରଳା ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ମା ବିମଳାକ୍ଷୀ ୧୧ ବାର୍ଷିକ ଭଲିବଲ ଟୁଣ୍ଣାମେଣ୍ଟ ଅସରଳା ପଚାଂୟତ ମା ବିମଳାକ୍ଷୀ କ୍ଲବର ଉସ୍ଛାହି ଯୁବକ ମାନଙ୍କ ଦ୍ବାରା ଶନିବାର ଜିଲ୍ଲା ସ୍ତରୀୟ ଦିବାରାତ୍ର ଭଲି ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଚଂଳ ବଛାବଛା ୮ ଟି ଭଲି ଟିମ୍ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ମୁଖ୍ଯ ଅତିଥି ଭାବେ ଶିଳ୍ପପତି ରବିନ୍ଦ୍ର କୁମାର ସୁବୁଦ୍ଧି ଯୋଗ ଦେଇଥିବା ବେଳେ ଖେଳ ର ବିକାଶ ଏବଂ ଯୁବପିଢି ଙ୍କ ଖେଳ ମନସ୍କ ହେବା ଉପରେ ଗୁରୁତ୍ବ ଆରୋପ କରିଥିଲେ। କ୍ରିଡା ରେ ମନନିବେଶ କଲେ ଶରୀର ସୁସ୍ଥ ରହିବ ସହ ରୋଗ ଦୂରେଇ ଯିବ ବୋଲି କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ ସ୍ବାଇଁ ରାଜକିଶୋର ବେହେରା, କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ନଟବର ପାଣ୍ଡେ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ଛାହି କରିଥିଲେ।
