ଆଜିର ଖବର..
ଯେଉଁମାନଙ୍କର ପାଇପ୍ ଗ୍ୟାସ୍ (ପିଏନ୍ଜି) ସଂଯୋଗ ରହିଛି, ସେମାନଙ୍କ ପାଇଁ ଏଲ୍ପିଜି ସିଲିଣ୍ଡର ରିଫିଲ୍ ସୁବିଧା ବନ୍ଦ।
ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ।
ପୁରୀର ପବିତ୍ର ବେଳାଭୂମିରେ ଆସନ୍ତା ମାର୍ଚ୍ଚ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍” ଅନୁଷ୍ଠିତ ହେବ।
ଓଡିଶାର ଲଜ୍ଜ୍ୟା। ଜାତୀୟ କ୍ରାଇମ ରେକର୍ଡରେ ଓଡ଼ିଶା, ବିହାର, ତେଲେଙ୍ଗାନା, ମହାରାଷ୍ଟ୍ରରେ ସର୍ବାଧିକ ମାନବ ଚାଲାଣ। ନାବାଳକ ପୁଅ ଚାଲାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ।
ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ବୁକିଂ ବନ୍ଦ। ରାଜଧାନୀର ଅଧାରୁ ଅଧିକ ମନ୍ଦିରରେ କାଠ ଚୁଲିରେ ରୋଷେଇ ହୋଇଥିବାରୁ ନିଶ୍ଚିନ୍ତ ଅଛନ୍ତି।
ରାଜ୍ୟରେ ଲୋକ ଅଦାଲତରେ ୩ ଲକ୍ଷ ୧୧ ହଜାର ୬୯୦ ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି।
ରାଜ୍ୟସଭା ନିର୍ବାଚନ ପାଇଁ ବସରେ ପାରାଦୀପ ଯାଇଛନ୍ତି ବିଜେପି ବିଧାୟକ, ହୋଟେଲରେ ରହିବେ।
ପୁରୀ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଓ ବିଶୃଂଖଳ ଆଚରଣ ଯୋଗୁଁ ଜଣେ ଖୁଣ୍ଟିଆ ସେବକ ତିନି ମାସ ପାଇଁ ନିଲମ୍ବିତ ହେଲେ।
ଭଦ୍ରକ ସହର ସୁନ୍ଦର ପାଇଁ କଟୁଛି ବିଶାଳ ଗଛ, କିନ୍ତୁ ରାସ୍ତାପାର୍ଶ୍ଵରୁ ହଟୁନି ବିଦ୍ୟୁତ ଖୁଣ୍ଟ।
କେନ୍ଦ୍ରାପଡ଼ା ଜିଲ୍ଲାରେ ପାଖାପାଖି ୪୦ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ସ୍କୁଲ୍, କ୍ଲବ୍, ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପାଠପଢ଼ା ଚାଲିଛି।
କେନ୍ଦୁଝରରେ ଧାନ କିଣାରେ ଅବ୍ୟବସ୍ଥା। ଚମ୍ପୁଆରେ ଟ୍ରାକ୍ଟରରେ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ।
ରାଜଧାନୀର ଲିଙ୍ଗିପୁରଠାରେ ଦୟାନଦୀରେ ହୋଇଥିବା ଆଡ଼ିବନ୍ଧ ଯୋଗୁ ତଳମୁଣ୍ଡରେ ଥିବା ପାଞ୍ଚ ପଞ୍ଚାୟତବାସୀ ପାଣି ପାଇଁ ବିକଳ।
ସୁନ୍ଦରଗଡ଼ ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନ କାର୍ଡ୍ ପାଇବାରୁ ବଞ୍ଚିତ ହୋଇ ଅଛନ୍ତି।
ବଲାଙ୍ଗୀର ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଅସ୍ୱାଭାବିକ ମୃତ୍ୟୁ। ମୃତକ ଭୀଷ୍ମଦେବ ସାହୁ ଓରଫ ଗୋପାଳ (୩୭)।
ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ବିଞ୍ଝୁଆ ଗ୍ରାମରେ ନାବାଳିକାକୁ ଶେଖ ଛୋଟୁ ଅସଦାଚରଣ କଲାପରେ ପୁଲିସ ଜନତା ଖଣ୍ଡଯୁଦ୍ଧ, ୩୮ ଜଣ ଗିରଫ।
ଦେବଗଡ଼ ଗରିଆପାଲି ଟ୍ରିପଲ ମର୍ଡ଼ର ଘଟଣାରେ ଅଭିଯୁକ୍ତ ରମେଶ ଗରିଆକୁ ଠାବ କଲେ ଗ୍ରାମବାସୀ।
କନ୍ଧମାଳ ଟିକାବାଲି ବ୍ଲକରେ ହାତୀ ଉତ୍ପାତ, ଦୁଇ ଦିନରେ ନେଲାଣି ତିନିଜଣଙ୍କ ପ୍ରାଣ।
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ କମି ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ହେଲା। ରୁପା ମୂଲ୍ୟ ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହେଲା।
ମହାରାଷ୍ଟ୍ରର ଆଦର୍ଶ ଗାଁ ‘କୋଲଗାଁ’ରେ ମା’ ଓ ଭଉଣୀଙ୍କୁ ଅଶ୍ଳୀଳ ଗାଳି କଲେ ୫୦୦ ଟଙ୍କା ଜରିମାନା ଲାଗିବ।
ଉତ୍ତର ପ୍ରଦେଶର ଫାରୁଖାବାଦରେ ଗ୍ୟାସ୍ ସିଲିଣ୍ଡର ପାଇଁ ତିନି ଘଣ୍ଟା ଧାଡ଼ିରେ ଠିଆ ହୋଇ ବ୍ୟକ୍ତିଙ୍କ ଜୀବନ ଗଲା।
ପଞ୍ଜାବରେ ଅମିତ ଶାହ କହିଲେ, ନିଶାମୁକ୍ତ ପଞ୍ଜାବ ଗଢ଼ିବାକୁ ବିଜେପିକୁ ଦୟାକରି ସୁଯୋଗ ଦିଅ।
ଲଦାଖର ସାମାଜିକ କର୍ମୀ ଏବଂ ଇଞ୍ଜିନିୟର ସୋନମ ୱାଙ୍ଗଚୁକ୍ଙ୍କ ଅଟକକୁ ବାଧ୍ୟ ହୋଇ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର।
ମହିଳାଙ୍କ ଋତୁସ୍ରାବ ଛୁଟି ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ। କହିଲେ, ‘କେହି ସେମାନଙ୍କୁ ଚାକିରି ଦେବେ ନାହିଁ’।
ଆସାମର ୧୭ ବର୍ଷୀୟ ଚେସ୍ ତାରକା ମୟଙ୍କ ଚକ୍ରବର୍ତ୍ତୀ ଦେଶର ୯୪ତମ ଗ୍ରାଣ୍ଡ୍ମମାଷ୍ଟର୍ ହେଲେ।
ସଂସଦର ବଜେଟ ଅଧିବେଶନରେ ନିଲମ୍ବିତ ୮ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇପାରେ।
୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁବାଇ ଉପରେ ଇରାନ ଦ୍ୱିତୀୟ ଆକ୍ରମଣ କଲା।
ନେତାନ୍ୟାହୁଙ୍କ ଏଆଇ ଭିଡିଓ ଜାରି ହେଉଛି। ୬ ଆଙ୍ଗୁଠି ଥିବା ଭିଡିଓକୁ ନେଇ ଚିନ୍ତା। ଜୀବିତ ଥିବା ନେଇ ଉଠୁଛି ପ୍ରଶ୍ନ।
ଇରାନର କଳାବାଦଲ ଯଦି ଭାରତ ମୁହାଁ ହୁଏ, ତେବେ ଗୁଜରାଟ ସମେତ ୩ ରାଜ୍ୟରେ ହେବ ଏସିଡ ବର୍ଷା।
*ଗତବର୍ଷ ଏଇ ସମୟରେ*
ଭୁବନେଶ୍ବରରେ ଭିଡ ହ୍ରାସ ପାଇଁ ନିର୍ମାଣ ହେବ ଏଲିଭେଟେଡ ଡବଲ ଡେକର କରିଡର, କହିଥିଲେ ସରକାର।
ଖରାଦିନେ ବିଜୁଳି ବିଲ ନଦେଲେ ବି କଟିବନି କନେକସନ, କହିଥିଲେ କନକ ବର୍ଦ୍ଧନ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
===================
ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ
ଆଜି ରାମକୃଷ୍ଣ ଜୟନ୍ତୀ
ଆଜି ଜନ୍ମଦିନ: କାନସୀ ରାମ, ସନ୍ଦୀପ ଉନ୍ନିକ୍ରିଷ୍ଣନ, ହନୀ ସିଂହ, ଆଲିଆ ଭଟ୍ଟ
ଆଜି ତିରୋଧାନ: ଜୁଲିଅସ ସିଜର, ରାହି ମାସୁମ ରାଜା, ସରଳା ଠୁକରାଲ (ପ୍ରଥମ ମହିଳା ପାଇଲଟ), ମାଳତୀ ଚୌଧୁରୀ (ସଂଗ୍ରାମୀ)
ଇତିହାସରେ ଆଜି: (୧୯୫୦) ଦେଶରେ ଯୋଜନା କମିଶନ ଗଠିତ/ (୧୪୯୩) କଲମ୍ବସ ଦ୍ଵିତୀୟ ଜଳାଯାତ୍ରା ପରେ ସ୍ପେନ ଫେରିଲେ/ (୧୯୦୭) ଫିନଲାଣ୍ଡ ଦେଶରେ ମହିଳାଙ୍କୁ ଭୋଟ ଅଧିକାର/ (୧୯୬୧) ବ୍ରିଟିଶ ରାଷ୍ଟ୍ର ମଣ୍ଡଳରୁ ଦକ୍ଷିଣ ଆଫ୍ରିକା ଅଲଗା ହେଲା
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
