ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ: ବିଧାୟକ ବଢ଼ାଇଲେ ସହାୟତାର ହାତ

ଗଜପତି,- ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତାର ହାତ ବଢ଼ାଇଛନ୍ତି ବିଧାୟକ। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ନିର୍ମାଣଧୀନ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି । ଯାହାକିଛି ଭକ୍ତଙ୍କ ଅନୁଦାନ ମିଳୁଛି ସେଥିରେ ଧୀର ଗତିରେ ଚାଲୁଛି ମନ୍ଦିର କାମ । ହେଲେ ଗତ କିଛିଦିନ ତଳେ ରାଜ୍ୟ ସରକାର ଆର୍ଥିକ ସହାୟତାର ହାତ ବଢ଼ାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଅନୁମୋଦନ ପରେ ମନ୍ଦିର ନିର୍ମାଣର ଆଶା ସଞ୍ଚାର ହୋଇଛି। ହେଲେ ପାରଳାଖେମୁଣ୍ଡିର ଯୁବ ବିଧାୟକ ରୂପେଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ୫୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଛନ୍ତି । ଏହା ସହ ତାଙ୍କ ମାମୁ ତିରୁପତି ଚୌଧୁରୀ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୩୦ ଲକ୍ଷ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କ ବାପା ତିରୁପତି ପାଣିଗ୍ରାହୀ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ନିର୍ମାଣରେ ସହାୟତାର ହାତ ବଢ଼ାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କେତେ ପରିମାଣର ଅର୍ଥରାଶି ଦେବେ ସେ ନେଇ କୌଣସି ସ୍ପଷ୍ଟ କରି ନ ଥିଲେ । ସମସ୍ତଙ୍କ ସହଯୋଗ ଓ ଜିଲା ତଥା ଜିଲା ବାହାରେ ରହୁଥିବା ଲକ୍ଷାଧିକ ଭକ୍ତଙ୍କୁ ନିଜସ୍ବ ଶକ୍ତି ଓ ଇଛା ମୁତାବକ ଅନୁଦାନ କରିବା ପାଇଁ ନିବେଦନ କରିଛନ୍ତି । ଏହା ପରେ ମନ୍ଦିରର ଆଗକୁ ଆଶ୍ୟକତା ଆନୁସାରେ ଯାହା ଅର୍ଥ ଆବଶ୍ୟକ ତାହା ନିଜ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ କହିବା ହେଲା ଆଗକୁ ମନ୍ଦିର ନିର୍ମାଣରେ ଅର୍ଥ ଯେପରି ବାଧକ ନ ହେବ ସେଥିପାଇଁ ସେ ଆଗକୁ ଅନେକ ବ୍ୟବସ୍ତା ଚିନ୍ତା କରି ରଖିଛନ୍ତି । ତେବେ ମନ୍ଦିର ନିର୍ମାଣ ସମସ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପାଇଁ ସମସ୍ତ ରାଜନୈତିକ ଚିନ୍ତାର ଊର୍ଦ୍ଧ୍ୱରେ ଆଗକୁ ଆସି ମନ୍ଦିର ଗଠନରେ ସହାୟତାର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ