May 29, 2025

ଯୁବକଙ୍କ କାଠ ଫାଳିଆ ମାଡ଼ରେ ଅନ୍ୟ ଜଣେ ଯୁବକ ମୃତ …..

Share

ମୋହନା – ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ରେ l ମୃତ ଯୁବକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ ନାୟକ l ଆଜି ସକାଳ ପ୍ରାୟ ସାଢେ 9 ଟାରେ ଭକ୍ତବନ୍ଧୁ ନିଜ ଦୋକାନ ବାରଣ୍ଡାରେ ମୋବାଇଲ ଦେଖୁଥିବା ସମୟରେ ନିଲାଞ୍ଚଳ ସାହୁ ନାମକ ଯୁବକଅଚାନକ ଅତର୍କିତ ଭାବେ କାଠ ଫାଳିଆ ରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଭକ୍ତବନ୍ଧୁଙ୍କୁ ମୋହନା ମେଡିକାଲ୍ ରେ ଭର୍ତ୍ତି କରିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ମେଡିକାଲରେ ଭକ୍ତବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର l କାଠ ଫାଳିଆ ରେ ଆକ୍ରମଣ କରିଥିବା ଯୁବକ ନୀଳାଞ୍ଚଳକୁ ମୋହନା ପୋଲିସ୍ ଅଟକ ରଖିଥିବା ବେଳେ ଅଧିକା ତଦନ୍ତ କରୁଛି। ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଘଟଣା ସ୍ଥଳ ପରିଦର୍ଶନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ବେଳେ ଘଟଣା ପ୍ରତି ସତର୍କ ଦୃଷ୍ଟି ରଖିଥିବା ଦେଖିବାକୁ ମିଳୁଛି। ମୃତ ବରଣ କରିଥିବା ପରିବାର ଏବଂ ତାଙ୍କ ଗ୍ରାମବାସୀ ଥାନାରେ ନ୍ୟାୟ ଅପେକ୍ଷାରେ ଥିବା ଜଣାପଡିଛି।

You may have missed