March 11, 2026

ବେପରୁଆ ଗାଡି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବୀ

IMG-20230315-WA0052
Share

-ଦ୍ରୁତଗତିରେ ଗାଡ଼ି ଚଳାଇବା ଓ ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ବିଭିନ୍ନ ସମୟରେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।ଏଥି ସହ କଲେଜକୁ ବାଇକ୍ ନେଇ ଆସୁଥିବା ଛାତ୍ରଙ୍କ ଲାଇସେନ୍ସ ନ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉନାହିଁ । ଟ୍ରାଫିକ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି ହୋଇପାରୁନାହିଁ ।କେତେକ ଅସଚେତନ ଅଭିଭାବକ ନିଜ ନିଜର ବଢିମା ଦେଖାଇବାକୁ ଯାଇ କିମ୍ବା ଆୟତ୍ତରେ ରଖିବାରେ ଅସମର୍ଥ ହେତୁ ପିଲାଙ୍କ ହାତରେ ବାଇକ୍ ଧରାଇ ଦେଉଥିବାରୁ ଏଭଳି ଦୁର୍ଦ୍ଦଶାଜନକ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସଂପ୍ରତି ଦ୍ରୁତଗାମୀ ବାଇକ୍ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ ବିଭାଗ ସହ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।