May 12, 2025

ତାଳସାକର କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା 

Share

 

ବୁଗୁଡ଼ା : ତା ୧୫/୦୨/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଗୌଡିଆବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାଳସାକର କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ରଞିତା ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏବଂ ସିଆରସିସି ଦିଲ୍ଲୀପ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ଏବିଇଓ ତପସ୍ବିନୀ ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ସମ୍ମାନିତ ଅତିଥି ଭାବେ ଗୌଡିଆବୋରଦା ପଞ୍ଚାୟତ ସରପଞ୍ଚ ସୁନ୍ଦରୀ ମହାରଥା, ସିଆରସିସି ସୁଶାନ୍ତ କୁମାର ସେଠୀ, ଶିକ୍ଷକ ମାନସ ରଞ୍ଜନ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ କରିଥିଲେ।

ଉକ୍ତ ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା।