November 23, 2024

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଧାନ ପ୍ରଦର୍ଶନୀ ର କ୍ଷେତ୍ର ଦିବସ

Share

 

ବ୍ରାହ୍ମଣୀଗାଁ ତା:୧୫/୦୨ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ର ଗୁମାଣ୍ଡି ଗ୍ରାମରେ ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ କୃଷି ପରିଦର୍ଶକ କାଳିନିର ନାୟକ ଙ୍କ ତତ୍ବାବଧାନରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାର ଧାନ ପ୍ରଦର୍ଶନୀ କ୍ଷେତ୍ର ର କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କେ. ନୂଆଗାଁ ରୁ କୃଷି ଜିଲ୍ଲା ଅଧିକାରୀ ସୁରେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସହକାରୀ କୃଷି ଅଧିକାରୀ କ୍ଷେତିବିଲାସ ବେହେରା, ସହକାରୀ ବୈଷୟିକ ମ୍ୟାନେଜର ଅରୁଣ କୁମାର ପଟ୍ଟନାୟକ, କୁମ୍ଭାରିଗାଁ ସରପଞ୍ଚ ସୁମିତ୍ରା ଦଳ ବେହେରା,, ଝିଞ୍ଜିରିଗୁଡ଼ା ନାଏବ ସରପଞ୍ଚ ହରିହର ମାଝୀ , ଦାନୁଆ ଉଠାଣ ସିଂ ପ୍ରମୁଖ ମଞ୍ଚାସିନ କରିଥିଲେ । ଚଳିତ ବର୍ଷ ରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଚାଷି ମାନଙ୍କୁ ଯୋଗାଇ ଦିଆଯାଇଥିବା ସହଭାଗୀ ଧାନ ବିହନ ର ଉତ୍ପାଦନ, ଓ ଧାନ ରୁଆ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା, ପାରମ୍ପାରିକ ପଦ୍ଧତି ରେ ଧାନ ରୁଆ ଓ ଶ୍ରୀ ପଦ୍ଧତି ବା ଧାଡ଼ି ରୁଆ ରେ କଣ ପାର୍ଥକ୍ୟ ରହିଛି ଚାଷି ମାନେ ନିଜେ ନିଜେ ବକ୍ତବ୍ୟ ରଖିଥିଲେ, ଆଧୁନିକ ପଦ୍ଧତି ବା ଧାଡ଼ି ରୁଆ ଓ ଶ୍ରୀ ପଦ୍ଧତି ରେ ଧାନ ରୁଆ ହେଲେ କମ ତଳି ଓ କମ ଖର୍ଚ୍ଚ ରେ କିଭଳି ଅଧିକ ଅମଳ କରିପାରିବେ ସେନେଇ ଆଲୋଚନା କରାଯାଇଥିଲା । କୃଷକ ମାନଙ୍କ ପାଇଁ ସରକାର ଙ୍କ ତରଫ ରୁ ବିଭିନ୍ନ ସୁବିଧା ଯୋଗାଇ ଦେବାର କଣ ସବୁ ବ୍ୟବସ୍ଥା ରହିଛି ଓ ଏହା ଚାଷୀ ମାନେ କିଭଳି ସୁବିଧାରେ ପାଇପାରିବେ ନିଜର ଆବଶ୍ୟକତା ପାଇଁ କେଉଁ ଅଫିସ ସହ ଯୋଗାଯୋଗ କରିବେ ତାହାର ସମ୍ପୂର୍ଣ ତଥ୍ୟ କୃଷି ଅଧିକାରୀ ମାନେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କୃଷକ ସାଥୀ ନିରଞ୍ଜନ ମାଝୀ, ବାଡେସା ନହା ମାଝୀ ଓ ସୁନୀଲ ସିଂ ସହଯୋଗ କରିଥିବା ବେଳେ ଅଞ୍ଚଳ ରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)