March 8, 2026

ଶ୍ରୀପର୍ଣ୍ଣା ପ୍ରକାଶନି ପକ୍ଷରୁ ମକର ମିଳନ

IMG-20260115-WA0005
Share

 

ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଶ୍ରୀପର୍ଣ୍ଣାର ୩୯ତମ ମକର ମିଳନ,କବିତା ପାଠ ଓ ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ “ଆରବୀୟ ରଜନୀ “କୁ ସୁଜାତା ସିହ୍ନାଙ୍କ ଓଡ଼ିଆ ଅନୁବାଦ “ଆରବୀୟ ରଜନୀ କାହାଣୀ ” ଲୋକାର୍ପଣ ହୋଇଯାଇଛି l

ଏହି ସାରସ୍ୱତ ଆସର ମକର ମିଳନକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ପ୍ରଫେସର ଡ଼କ୍ଟର ହରପ୍ରସାଦ ମିଶ୍ର, ଶିଶୁ କିଶୋର ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁରୀର ପରମ ବିଦୁଷୀ ବିଜୟଲଷ୍ମୀ ଦାଶ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର l

ମୁଖ୍ୟ ବକ୍ତା ଡ଼କ୍ଟର ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ବିଜୟ ଲଷ୍ମୀ ଦାଶ ମିଶ୍ର ଫକୀର ମୋହନ ସ୍ମରଣୀୟେଷୁ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ପୁସ୍ତକର ଆଲୋଚନା କରି ସୁଜାତା ସିହ୍ନାଙ୍କ ଏ କୃତିର ବହୁତ ପ୍ରଶଂସା କରି ଏହା ଶିଶୁ କିଶୋର ମାନଙ୍କ ପାଇଁ ଏକ ଯଥାର୍ଥ କୃତି ଭାବରେ ଉପସ୍ଥାପନା କରିଥିଲେ l ମଞ୍ଜୁଶ୍ରୀ ମିଶ୍ର ଏ ସଭାଟିକୁ ପରିଚାଳନା କରିଥିଲେ l “ମକର ଚାଉଳ” ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱତୀୟ ପର୍ବ କବିତା ପାଠ ଅନୁଷ୍ଠିତ ହୋଇଥିଲା l କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବୀ ସୌଭାଗ୍ୟ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବି ଯୋଗେଶ ପ୍ରସାଦ ହୋତା l

କବିତା ଆସର କୁ ସଂଯୋଜନା କରିଥିଲେ ମମତା ଦାସ ଓ ସୁଜାତା ସିହ୍ନା l ଉପସ୍ଥିତ ସମସ୍ତ କବି ଓ ଅତିଥିମାନଙ୍କୁ ଶ୍ରୀପର୍ଣ୍ଣା ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ଏହି ସାରସ୍ୱତ ଆସରରେ କବି ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ସର୍ବଶ୍ରୀ କମଳ ଦାସ, ଡ଼କ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଜୟନ୍ତୀ ନନ୍ଦ, ଭାଗିରଥି ନାୟକ, ପ୍ରଭାତୀ ଦାଶ, ପ୍ରବାସିନୀ ମିଶ୍ର,ସୁଶ୍ରୀ ରଶ୍ମିତା ବେହେରା, ବିଚିତ୍ର ମହାପାତ୍ର, ରବୀନ୍ଦ୍ର କୁମାର ବାହିନୀପତି, ସୁଶ୍ରୀ ହରପ୍ରିୟା ସାହୁ,ରମେଶ ଚନ୍ଦ୍ର ଦାଶ, ଦୁର୍ଗାବତୀ ପ୍ରଧାନ, ରିତାଞ୍ଜଳୀ ପ୍ରଧାନ, ଦେବଯାନୀ ସ୍ୱାଇଁ, ସିଲି ପ୍ରଧାନ, ମୋହିନୀ ସାହୁ,ଜ୍ୟୋତିର୍ମୟୀ ବରାଳ, ପର୍ଶୁରାମ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ,ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଡ଼କ୍ଟର ରାଜେନ୍ଦ୍ର କୁମାର ବେହେରା, ବାଳକୃଷ୍ଣ ଜେନା, ସୁକାନ୍ତ ପଣ୍ଡା, ପୁରୁଷୋତ୍ତମ ନନ୍ଦ, କସ୍ତୁରିକା ମିଶ୍ର, ରଶ୍ମିତା ନନ୍ଦ, ସୁଶାନ୍ତ ବେହେରା, ଅନୁପମା ପଣ୍ଡା,ରୁନୁ ମହାନ୍ତି, ଅଜୟ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା ଆଦି ଯୋଗ ଦେଇଥିଲେ l

ପରିଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

 

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l