ମା ସମଲେଇନ ପୂଜା ପାଠ ପରେ ଦୁଲୁକିଲା ସମ୍ବଲପୁରୀ ଧନୁ ଯାତରା

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ଆଉର ପ୍ରସାର ଲାଗି ୨୦୨୪ ନୁ ମୂଲ ହେଇଥିବା ସମ୍ବଲପୁରୀ ଧନୁଯାତରା ୨୦୨୫ ଆଏଜ ଠାନୁଁ ମା ସମଲେଇ ମନ୍ଦିରନୁ ସୁରୁ ହେଇଛେ।ମଥୁରାନଗର ବାସି ସମ୍ବଲପୁରନ ଥିବା ସମଲେଇ ମନ୍ଦିର ଆଉର ଗୋପପୁର ବାସି ଚାଉଁରପୁର ଐତିହାହାସିକ ସମଲେଇ ମନ୍ଦିର ନ ପୂଜା ପାଠ କରିଛନ।
ମା ପାଖେ ପୂଜା ପାଠ କରି ବଜା ଗଜା ସହ ଧୂମଧାମ ଥି ଗୁଟେ ସାଂସ୍କୃତିକ ଶୋଭାଯାତ୍ରା ସମଲେଇ ମନ୍ଦିରନୁ ବାହାରିକରି ଗଙ୍ଗାଧର ମଣ୍ଡପନେ ପହଞ୍ଚିଛେ।ହେନ୍ତା ଗୋପପୁର ବାସୀବି ଧୂମଧାମଥି ମାନିଛନ।ଗୋପପୁର ବାସୀ କମିଟି ସାଙ୍ଗେ ବଡ଼ ବଡ଼ଖା ମାନଙ୍କୁ ନେଇକରି ସମ୍ବଲପୁରୀ ଧନୁ ଯାତରାର ମୂଳ କରିଛନ।
ମଥୁରାବାସୀ ବି ସମ୍ବଲପୁରୀ ଧନୁ ଯାତରା କମିଟିର ସଭାପତି ସଞ୍ଜୟ ବାବୁ, ଉପସଭାପତି ରାମଦାସ ପଣ୍ଡା, ସମ୍ପାଦକ ଗୁଣ ରଞ୍ଜନ ସାଳିମା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ,ଲଳିତ ମୋହନ ଵେବର୍ତ୍ତା, ସୂର୍ଯ୍ୟ ପାଣିଗ୍ରାହୀ, ଯୋଗେଶ କୁମାର ନନ୍ଦ, ଗୋକୁଳ ମେହେର,ଶଙ୍କର ବେହେରା, ସ୍ୱାଧୀନ ପଣ୍ଡା, ରାହୁଲ ଗୁପ୍ତା, ସୌରୀ ନାରାୟଣ ପାଣିଗ୍ରାହୀ,ସୁରେଖା ସାହୁ, ସୁଷମା ପ୍ରଧାନ, କୃଷ୍ଣ ଓମ ପ୍ରକାଶ ପଣ୍ଡା,ପ୍ରମିଳା ବେହେରା,ଶ୍ଵେତା ପଣ୍ଡା,ସଞ୍ଜୀବ, ଇଂ ଅନମୋଲ, ମଣ୍ଟୁ ପଣ୍ଡା, ନାଟ୍ୟକାର ନିର୍ଦେଶକ ବବୁଲୁ ବାଗ, କଂସ ଭୂମିକାନ ଥିବା ଫନୀନ୍ଦ୍ର ପଣ୍ଡା ନୁ ସବୁ କଳାକାର ଆଉର କମିଟିର ସଭ୍ୟ ସଭ୍ୟା ମାନେ ଯୋଗ ଦେଇକରି ନାଚି ଡେଗି କରି ବଡା ଉଷଦ ଆନନ୍ଦ ସାଙ୍ଗେ ସାମିଲ ହେଇଥିଲେ। ଇଥିର ଲାଗି ଆଏଜ ସାରା ସହର କାଣା ଗୋପପୁର ଆଉର ମଥୁରା ନଗରୀଥି ଖୁସୀର ମାହୋଲ ଭରି ଯାଇଛେ।
ଆଏଜ ବେଳବୁଡେ କଂସର ଜନମ ରହସ୍ୟ,ମହାରାଜ୍ ଉଗ୍ରସେନଙ୍କର ଗାଦିଚ୍ୟୁତ,କଂସର ରାଜାଭିଷେକ୍,
ଦେବକୀର ବିହା, ନାରଦ ମୁନୀଙ୍କର ପରାମର୍ଶ,କଂସର ମରନ୍ ର ଆକାଶବାଣୀ, ଦେବ୍କୀ ଆଉ ବସୁଦେବଙ୍କୁ ଜହଲ ଘରେ ବନ୍ଦି,
ଦେବକୀ ପହେଲା ପୁଓର କଂସର ହାତେ ମୃତ୍ୟୁ ଲେଖେ କାର୍ଯ୍ୟକ୍ରମ ରହିଛେ। ଇଥିର ଲାଗି ଚାଉଁରପୁର ଗୋପପୁର ଆଉର ଗଙ୍ଗାଧର ମଣ୍ଡପ ମଥୁରା ନାଗରୀ ଭାବେ ମହକି ଉଠିଛେ।