ପ୍ଲେ ସ୍କୁଲ- “ୱାଣ୍ଡେରେଲା କିଡ଼ସ ଜୟ”ର ୧୧ ତମ ବାର୍ଷିକ ଉତ୍ସବ “ବନ୍ଧନ-୨୦୨୫” କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲାର ଐତିହ ସମ୍ପନ୍ନ ସହର ପାରଳାଖେମୁଣ୍ଡି ସ୍ଥିତ ପ୍ଲେ ସ୍କୁଲ “ୱାଣ୍ଡେରେଲା କିଡ଼ସ ଜୟ” ର ୧୧ ତମ ବାର୍ଷିକ ଉତ୍ସବ “ବନ୍ଧନ- ୨୦୨୫” କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ରାଜ-ପ୍ରାସାଦ ସମ୍ମୁଖ ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଅତ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁଶ୍ରୀ ରଘୁନାଥ ପାତ୍ର , ଶ୍ରୀ କୌଳାସ ଚନ୍ଦ୍ର ସ୍ୱାଇଁ , ଶିଶୁ ସାହିତ୍ୟିକ (ବାଲିଘର) , ଡ: ସଂଗ୍ରାମ ସ୍ବାଇଁ ଏବଂ ବିଦ୍ୟାଳୟ ର ପରିଚାଳନା ସଦସ୍ୟ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
“ୱାଣ୍ଡେରେଲା କିଡସ ଜୟ” ସ୍କୁଲ’ର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର କର ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ବିଦ୍ୟାଳୟ ର ବିଗତ ଦିନ ମାନଙ୍କର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କର କୃତିତ୍ୱ ବର୍ଣ୍ଣନା କରିଥିଲେ। ସେହିଭଳି ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ନିଜର ଅଭିଭାଷଣ ରେ ବିଦ୍ୟାଳୟ ର ଶିକ୍ଷା ପ୍ରଣାଳୀ ଉପରେ ଦୃଷ୍ଟି ପକାଇବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।
ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ନିଜ ଅଭିଭାଷଣ’ରେ ଛୋଟ ଛୋଟ ପିଲା ମାନଙ୍କୁ ମା ପରି ସ୍ନେହ ଦେଇ ବିଭିନ୍ନ ସଂସ୍କାର ମୂଳକ ଶିକ୍ଷା ଦେଇ ପାରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସାଦର ପ୍ରଣାମ କରିଥିଲେ। ବାଲ୍ୟ ସମୟରେ ଯେତେ ବେଳେ କି ଛୋଟ ପିଲା ମାନେ କିଛି ଜାଣି ନ ଥାନ୍ତି , କିନ୍ତୁ ସେହିପରି ଛୋଟ ବୟସର ପିଲା ମାନଙ୍କୁ ବିଦ୍ୟାଳୟ ରେ ରଖି ସେମାନଙ୍କୁ ଉତ୍ତମ ଆଚରଣ ଏବଂ ବିଭିନ୍ନ ବିଷୟ ରେ ଜ୍ଞାନ ଦେବା କେତେ ଯେ କଷ୍ଟ ତାହା ସେ ଅଭିହିତ କରିଥିଲେ।
ଗୁରୁଶ୍ରୀ ରଘୁନାଥ ପାତ୍ର ବିଦ୍ୟାଳୟ ର ଆରମ୍ଭ ଦିନ ରୁ ନିଜର ସମ୍ପୃକ୍ତି ବିଷୟ ରେ ଜଣ ସାଧାରଣ ଙ୍କୁ ଜଣାଇଥିଲେ। ସେ ଉଲେଖ କରିଥିଲେ ଯେ , ନିଜେ ସେ ବିଦ୍ୟାଳୟ କୁ ଆରମ୍ଭ ଦିନ ରୁ ଦେଖିଛନ୍ତି ଯେତେବେଳେ ବିଦ୍ୟାଳୟ ରେ କେବଳ ୨୩ ଜଣ ଛାତ୍ର ଛାତ୍ରୀ ଥିଲେ , ତାହା ଏବେ ୨୦୦ ରୁ ଉର୍ଦ୍ଧ୍ବ ପହଞ୍ଚି ସାରିଲାଣି। ପିଲା ସଂଖ୍ୟା ବଢିଲେ ମଧ୍ୟ ବିଦ୍ୟାଳୟ ର ଶିକ୍ଷାଦାନ ପ୍ରଣାଳୀ ଏବଂ ପିଲା ମାନଙ୍କ ବୌଦ୍ଧିକ ବିକାଶ ପାଇଁ କୌଣସି ପ୍ରକାର ରେ ନିଜର ଗୁଣବତ୍ତା’କୁ ସାଲିସ କରା ଯାଉନଥିବା ସେ ଦର୍ଶାଇଥିଲେ। ଏହିପରି ଏକ ବିଦ୍ୟାଳୟର ସ୍ଥାପନ ପାଇଁ ସେ ପରିଚାଳନା ସଦସ୍ୟ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ଉପାଧ୍ୟକ୍ଷା ଶ୍ରୀମତୀ ଲୀନା କର , ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ , ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର କର , ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସ୍ତୀତପ୍ରଜ୍ଞା ବେହେରା , ଡାଇନା ଛିଞ୍ଚାଣୀ , ମାମୁନି ସେନାପତି , ଖୁସଵୁ କୁମାରୀ , ରଶ୍ମିତା ପାତ୍ର ,
ଶୀଵାନୀ ଖଡଗରାୟ , ସୁଦର୍ଶନା ମହାରଣା , ଅନିତା ପରିଚ୍ଛା , ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ନୃତ୍ୟ-ଗୁରୁ ଶ୍ରୀ ଆନନ୍ଦ ନାୟକ’ଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ସମସ୍ତ ଶ୍ରେଣୀର କୁନି କୁନି ପିଲା ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରା ଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନୋରମ ଥିଲା।
ସମସ୍ତ କାର୍ଯ୍ୟକ୍ରମ’କୁ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ।
ଏହି ବାର୍ଷିକ କାର୍ଯ୍ୟକ୍ରମ ପାଳନ ଅବସରରେ ସ୍କୁଲର ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ | ବିଦ୍ୟାଳୟ ର ଏକ ଭିନ୍ନ ଉଦ୍ୟମ ଯାହା କ୍ଵଚିତ ଦେଖିବାକୁ ମିଳେ କି ଏହି ବାର୍ଷିକ ଉତ୍ସବ ପାଳନ ଅବସର ରେ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ମାନିତ କରା ଯାଇଥିଲା।
