କାଳ କାଳ କୁ ଦୁନିଆଁ ରେ ଶ୍ରେଷ୍ଠ ବ୍ୟକ୍ତି ନିର୍ମାଣ କରିବାରେ ଗୁରୁତୁଲ୍ୟ ଶିକ୍ଷକ ର ବିଶେଷ ଅବଦାନ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ :ସୁରେଶ ପୂଜାରୀ, ରାଜ୍ୟ ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ର ଜମି ପଟ୍ଟା ଦେବାକୁ ରାଜ୍ୟସରକାର ସଂକଳ୍ପବଦ୍ଧ, ଏଥିସହ ବୁର୍ଲା ସରକାରୀ ହାଇସ୍କୁଲ ର ଜମିର ମଧ୍ୟ ପଟ୍ଟା ଦିଆଯିବ : ସୁରେଶ ପୂଜାରୀ,ରାଜସ୍ବ ମନ୍ତ୍ରୀ
ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ମହାନଗର ଅନ୍ତର୍ଗତ ବୁର୍ଲା ସ୍ଥିତ ସରକାରୀ ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ଉତ୍ସବ ର ଶୁଭ ଉଦଘାଟନ ଇତି ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିବା ବେଳେ, ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
ଦୀପ୍ତିକାନ୍ତ ଠାକୁର ଓ ରଜନୀକାନ୍ତ ନାଗ ଙ୍କର ସଂଯୋଜନା ତଥା ହାଇସ୍କୁଲ ଆଲୁମିନି ର ଆବାହକ ତଥା ପ୍ରଧାନ ଶିକ୍ଷକ କରନ ଶର୍ମା ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ଆଲୁମିନି ର ଅଧ୍ୟକ୍ଷ ରାଜକୁମାର ଜାଯୋଡ଼ିଆ, ଆଲୁମିନି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ନନ୍ଦ ପ୍ରମୁଖ ମଂଚାସୀନ ଥିଲେ l ମାଁ ସମଲେଶ୍ୱରୀ ଙ୍କର ପ୍ରତିକୃତି ରେ ପୂଜାଅର୍ଚନା ପରେ ଦିବଂଗତ ପୁରାତନ ଛାତ୍ର ଛାତ୍ରୀ ଙ୍କର ଆତ୍ମା ର ଶାନ୍ତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l
ଆବାହକ ଶ୍ରୀ ଶର୍ମା ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଜାଯୋଡ଼ିଆ ଅତିଥି ପରିଚୟ ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l
ମୁଖ୍ୟ ଅତିଥି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଗୁରୁ ବା ଶିକ୍ଷକ ଙ୍କର ଗୁରୁ ଦାୟିତ୍ୱ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ l ଦୀର୍ଘ ବର୍ଷ ର ଏହି ଶିକ୍ଷାନୁଷ୍ଠାନ ରେ କେତେଯେ ରଥିମହାରଥୀ ନିର୍ମାଣ କରିଛି ତାହାର ସୀମା ନାହିଁ l ଏହି ପ୍ରସଙ୍ଗ ରେ ମହାଭାରତ ର ଅର୍ଜୁନ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ଔରାଙ୍ଗଜେବ ର ରାଜୁତି କାଳରେ ଇତିହାସ ର ଶିବାଜୀ ଓ ଗୁରୁ ରାମଦାସ ଙ୍କର ବିଷୟ ଉଲ୍ଲେଖ କରି ଶ୍ରୀ ପୂଜାରୀ ଗୁରୁ ବା ଶିକ୍ଷକ ମାନେ ମନୋନିବେଶ କଲେ ଯୁଗେ ଯୁଗେ ମନେ ରହିବା ଭଳିଆ ଶିଷ୍ୟ ନିର୍ମାଣ ହୋଇ ଦେଶ କୁ ଶିଖର କୁ ପହଞ୍ଚାଇବାର କାର୍ଯ୍ୟ କରିବେ l
ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଯେହେତୁ ସେ ଏହି ଶିକ୍ଷାନୁଷ୍ଠାନ ର ଆଲୁମିନି ତେଣୁ ବିଗତ ଦିନରେ ମଧ୍ୟ୍ୟ ଦାୟିତ୍ୱ ନିର୍ବାହ କରି ଆସିଛି ଓ ଆଗାମୀ ଦିନରେ ମଧ୍ୟ୍ୟ କରିବି ବୋଲି କହିଥିଲେ l
କାର୍ଯ୍ୟକ୍ରମ ରେ ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅନେକ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ ଜରାଯାଇଥିଲା l ଶେଷରେ ଭାରତୀ କଳାବିକାଶ କେନ୍ଦ୍ର ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l