December 18, 2024

ଶ୍ରୀଜଗନ୍ନାଥଙ୍କୁ ଦେବକନ୍ୟା ସମର୍ପଣ ହେଲା

Share

 

ସେ ନାରୀ କି’ପୁରୁଷ ନୁହେଁ,ସେ ଠାକୁରଙ୍କ ପାଖରେ ସମର୍ପିତ ଦେବକନ୍ୟା,ଯେ ପରିବାର ଓ ସମାଜର ପ୍ରତିଟି ପ୍ରତିବନ୍ଧକ କୁ ପ୍ରତିହତ କରିବାକୁ ନିଆଁ ରେ ଜଳି ଏବଂ ବୁଡିବା ପୂର୍ବରୁ ଜଳରୁ ଉଠି ଆସିପାରେ। ସଫଳତା ପାଇଁ ସଂଗ୍ରାମ ଓ ସଂଘର୍ଷକୁ ସାଥିରେ ଧରି ଯେ ଆଗେଇ ପାରେ ସେ’ହିଁ ଦେବକନ୍ୟା। କାହାଣୀକାର ଶଂକର ତ୍ରିପାଠୀଙ୍କ ସୃଷ୍ଟି ଓଡ଼ିଆ ଚଳଚ୍ଚିତ୍ର ଦେବକନ୍ୟା, ଆଜି ଠାକୁରଙ୍କ ନିକଟରେ ସମର୍ପିତ ହୋଇ, ପୁରୀ ରୁ ସୁଟିଂ ଆରମ୍ଭ କରିଛି।ଏହି ଉପଲକ୍ଷେ ସିଂହଦ୍ବାର ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ସହ-ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଚଳଚ୍ଚିତ୍ର ଆଜିର ରେବତୀ ର କାହାଣୀକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ବଦ୍ରି ମିଶ୍ର ଓ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗଦେଇ ଦେବକନ୍ୟା କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ସୁପ୍ରିମ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରଯୋଜକ ଆଶୁତୋଷ ତ୍ରିପାଠୀ,ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ , ନିର୍ଦ୍ଦେଶକ ରାସେଶ (Rasesh)ମହାନ୍ତି,ନାୟକ ଶୁଭାଶିଷ ଶର୍ମା,ସୁଶ୍ରୀ, କ୍ରିଏଟିଭ ହେଡ୍ ଶ୍ୟାମାପ୍ରସାଦ ମିଶ୍ର,ପଵ୍ଲିସିଟ୍ ହେଡ୍ ହରପ୍ରସାଦ ମହାପାତ୍ର, କଳାକାର ଅଶ୍ରୁମୋଚନ ମହାନ୍ତି,କୁନା ତ୍ରିପାଠୀ,ରବି ମିଶ୍ର, ରବିନ୍ଦ୍ର ସିଂ,ଦେବ, କେଦାର ମିଶ୍ର,ଶମ୍ଭୁ ଖୁଣ୍ଟିଆ, ପ୍ରଡକ୍ସନ ହେଡ୍ ଭାରତ ସେଠୀ, ମୁଖ୍ୟ କ୍ୟାମେରାମ୍ୟାନ ସୁଦର୍ଶନ ସେନାପତି ପ୍ରମୁଖ ଠାକୁରଙ୍କ ନିକଟରେ ଦୀପଦାନ ସହ ପୁଷ୍ପ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର” ଦେବକନ୍ୟା” ଟିମ୍ କୁ ଗୀତିକାର ଵଦ୍ରି ମିଶ୍ର ସମ୍ବର୍ଦ୍ଧିତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ