ଗୋଲିଆ ଗାଁରେ ଅଷ୍ଟ ପ୍ରହର ନାମଯଜ୍ଞ , ବହୁ ଶ୍ରଦ୍ଧାଳୁଙ୍କ ସମାବେଶ
ବୁଗୁଡା : ତା ୧୪/୧୧/୨୬ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମର ତେଲୁଗୁ ସାହିରେ ଶ୍ରୀ ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ପବିତ୍ର ଦୀପାବଳି ଦିବସରୁ ଆୟୋଜିତ ମା’ ଶ୍ଯାମାକାଳୀଙ୍କ ପୂଜା ଉତ୍ସବ ଅବସରରେ ଶନିବାର ପ୍ରାତଃକାଳରୁ ଅଷ୍ଟ ପ୍ରହର ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଉକ୍ତ ନାମଯଜ୍ଞରେ କୁଆଁନଳା , ବାଦୁଆ, ଭାମଶ୍ୟାଳି, ଗୋଲିଆର ବଡସାହି ଓ ତେଲୁଗୁସାହି ଆଦିର ପାଞ୍ଚଟି ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୁରୋହିତ ପ୍ରମୋଦ କୁମାର ହୋତା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ ଏବଂ ନଳିନୀ କାନ୍ତ ଦୋରା କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ। ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପାଠାଗାର ସଦସ୍ୟଗଣ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ।
