October 5, 2024

ସକାଳର ଖବର, ୧୪-ନଭେମ୍ବର-୨୦୨୩, ମଙ୍ଗଳବାର

Share

*╭─────────────────────╮*
*🌄ସକାଳର ଖବର, ୧୪-ନଭେମ୍ବର-୨୦୨୩, ମଙ୍ଗଳବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୫୦ ମଲ୍ଟି ପର୍ପୋଜ୍ ସାଂସ୍କୃତିକ-କମ-କମ୍ୟୁନିଟି ସେଣ୍ଟରକୁ ସଂରକ୍ଷଣ କରିବା ନିମେନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l ୨୨ଟି ଜିଲ୍ଲାରେ ଏଥିପାଇଁ ୪୫ କୋଟି ଟଙ୍କା ହେଲା ମଞ୍ଜୁର l

➡️୨-ଆସନ୍ତା ୨୧ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁରଠାରେ ୩ଟି ନୂଆ ଟ୍ରେନର କରିବେ ଶୁଭାରମ୍ଭ l

➡️୩-ଏଣିକି ଡାକ୍ତରଖାନା ପରିସରରୁ ହଟିବ ସମସ୍ତ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

➡️୪-ନବୀନ ନିବାସରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ୨୦ରୁ ଅଧିକ ସଂଗଠନର କର୍ମକର୍ତ୍ତା। ଶୁଭେଚ୍ଛା ଜଣାଇବା ସହ କଲେ ଆଲୋଚନା l

➡️୫-ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ହେଲା ବିଶ୍ରାମ ଗୃହ l

➡️୬-୫୦ ବର୍ଷରେ ପଦାର୍ପଣ କଲା ଭଦ୍ରକର ରାଜଘାଟ କାଳୀ, ଦର୍ଶକଙ୍କ ମନମୋହୁଛି ପୁରାଣ ଓ ଆଧୁନିକ ଛାପର ମୋଟର ଚାଳିତ ପାଶ୍ୱର୍ ମେଢ l

➡️୭-କାର୍ତ୍ତିକ ତୃତୀୟ ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କଲେ ଦେଢଲକ୍ଷ ଶ୍ରଦ୍ଧାଳୁ l ଅହେତୁକ ଭିଡକୁ ଦୃଷ୍ଟିରେ ଦେଖି ପଞ୍ଚକର ଭ୍ରମ କଲା ସୃଷ୍ଟି l

➡️୮-ଆସନ୍ତାକାଲି ଓଡ଼ିଶାର ୧୯ଟି କୋଇଲା ଖଣିର ହେବ ନିଲାମ । ଓଡ଼ିଶା ସମେତ ୫ଟି ରାଜ୍ୟର ମୋଟ୍ ୩୯ଟି କୋଇଲା ଖଣିର ହେବ ନିଲାମ।

➡️୯-ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’ l

➡️୧୦-ମହାରାଷ୍ଟ୍ର ମାଲେଗାଓଁର ଏକ ସିନେମାଘରେ ନିୟମକୁ ବେଖାତିର କରି ବାଣ ଫୁଟାଇଲେ ଭାଇଜାନଙ୍କ ପ୍ରଶଂସକ, ଅଭିଯୁକ୍ତଙ୍କ ବିରୋଧରେ ହେଲା ମାମଲା ରୁଜୁ ।

➡️୧୧-ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ ।

➡️୧୨-ପୁଣି ବିଷାକ୍ତ ଦିଲ୍ଲୀର ପବନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ବାଣଫୁଟା ପ୍ରଦୂଷଣରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ, ସତର୍କ ରହିବାକୁ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

➡️୧୩-ପାର୍ବଣ ଋତୁରେ ମହଙ୍ଗା ମାଡ଼ରୁ ମିଳିଲା ଆଶ୍ବସ୍ତି, ଅକ୍ଟୋବରରେ ଖସିଲା ୪ ମାସ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି l

➡️୧୪-ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ହେଲେ କଥା l

➡️୧୫-ନେଦରଲ୍ୟାଣ୍ଡ୍ସ ଇଜ୍‌ମୁଦ୍ଦିନ୍‌ରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟଋତ ୮୦୦ କର୍ମଚାରୀଙ୍କୁ ଛଟେଇ କରିବ ଟାଟା ଗ୍ରୁପ l ଏମଷ୍ଟରଡାମ୍ ଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

➡️୧୬-ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଭଉଣୀ ୮୬ ବର୍ଷ ବୟସରେ ହେଲା ପରଲୋକ l

➡️୧୭-ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ l ଆତଙ୍କବାଦୀମାନେ ଦକ୍ଷିଣ ଦିଗକୁ ପଳାୟନ କରୁଛନ୍ତି। ଏ ନେଇ ଇସ୍ରାଏଲର ସେନା ମୁଖ୍ୟ ଗାଲାଣ୍ଟ ଟିଭି ଷ୍ଟେସନରେ ପ୍ରସାରିତ ଏକ ଭିଡିଓରେ ଦେଲେ ସୂଚନା l

➡️୧୮-ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍‌ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ କଲେ ହାସଲ l ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି l

➡️୧୯-ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ।

➡️୨୦-ଭାରତର ପ୍ରଥମ ଅଧିନାୟକ ଭାବେ କୌଣସି ବିଶ୍ୱକପରେ ୫୦୦ରୁ ଅଧିକ ରନ କରିବାର କୀର୍ତ୍ତିମାନ ହାସଲ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା l

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଗୋବର୍ଦ୍ଧନ ପୂଜା ll*
*🔅ଆଜି ପଣ୍ଡିତ ଜବାହରଲାଲ ନେହେରୁ ଜୟନ୍ତୀ,*
*ରାଷ୍ଟ୍ରୀୟ ଶିଶୁ ଦିବସ ll*
*🔅ଆଜି ବିଶ୍ୱ ମଧୁମେହ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ll*
*🔅ଆଜି ଜାତୀୟ ପାଠାଗାର ସପ୍ତାହ (14 ରୁ 21 ନଭେମ୍ବର ll*
*🔅ଆଜି ଆମେରିକୀୟ ଟେଡି ଭାଲୁ ଦିବସ ll*
*🔅ଆଜି ଜାତୀୟ ସିଟ ବେଲ୍ଟ ଦିବସ ll*
*🔅ଆଜି ନର୍ସ ଅପରେଟିଂ ରୁମ୍ ଦିବସ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବା ପାଇଁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

 

*ll ସୁପ୍ରଭାତ ll*