June 29, 2024

ଆରିୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Share

ଆରିୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଆରିୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଙ୍କୁର ବେନିଆ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁକାର, ଜ୍ୟୋତିର୍ମୟୀ ରାଉଳ, ଅଧ୍ୟାପକ ସଂଗ୍ରାମ ଟାକ୍କି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଶିକ୍ଷା ଛାତ୍ରଛାତ୍ରୀ ଜୀବନର ମୁଳଦୂଆ ।ଏଠାରୁ ହିଁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅଙ୍କୁରରୋପଣ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରମୋଦ ମାଣ୍ଡାଙ୍ଗି,ପ୍ରତି ମିଶ୍ର, ଓ ସୁନିଲ କୁମାର ଦାଶ, ମନୋଜ ପାଲକା, ପ୍ରୀତି ଧାରୁଆ,ସମୀର କାଡ୍ରାକା ପ୍ରମୁଖ ପରିଚାଳନା କରିଥିବାବେଳେ ଦେବୀ ମାଣ୍ଡାଙ୍ଗି,ପ୍ରବୀଣା ମାଣ୍ଡାଙ୍ଗି,ଭରତ କାଡ୍ରାକା ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।।

ରିପୋର୍ଟ: ରାକେଶ କୁମାର ବେହେରା