June 29, 2024
Share

*╭──────────────────╮*
*🌄ସକାଳର ଖବର, ୧୪-ଅକ୍ଟବର -୨୦୨୩, ଶନିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ପବିତ୍ର ମହାଳୟା ଅବସରରେ ଆଜି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଲେ ଛୁଟି ଘୋଷଣା ।

➡️୩-ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଆସନ୍ତା ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।

➡️୪-କଟକର ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ୮ ଦିନ ଚାଲିବ ମେଳା l

➡️୫-ଆଜି ଏ ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ମହାଳୟା ଅମାବାସ୍ୟା । ଆଜି ଭାରତୀୟ ସମୟାନୁସାରେ ରାତି ୮ ଟା ୩୪ ମିନିଟରେ ଆରମ୍ଭ ହେବ ।ପରାଗ ମଧ୍ୟରାତ୍ରି ୨ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ହାଣ୍ଡିଛାଡ ହେବ ନାହିଁ ।

➡️୬-ପୁରୀ ଓ ନୟାଗଡ଼ ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା l

➡️୭-ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ହେଲା ବଡ଼ ଅଦଳ ବଦଳ l

➡️୮-ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ଆସନ୍ତାକାଲି ଠାରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ । ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

➡️୯-ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ୍‌ ନେଇ ଆସିଲା ମାର୍ଗଦର୍ଶିକା l ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ। ମହିଳାମାନେ ଶାଢି, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ। ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ ହେବ l

➡️୧୦-ଜେଲ ରୁ ମୁକୁଳିଲେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଟେଲିଭିଜନ ଅଭିନେତ୍ରୀ ମହାଲକ୍ଷ୍ମୀଙ୍କ ସ୍ୱାମୀ ରବୀନ୍ଦ୍ର ଚନ୍ଦ୍ରଶେଖରନ l ଜଣେ ବ୍ୟବସାୟୀଙ୍କୁ ରବୀନ୍ଦ୍ର ୧୫.୮୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

➡️୧୧-ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ କରାଗଲା ସମ୍ମାନିତ l

➡️୧୨-ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା, ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ l

➡️୧୩-୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା l

➡️୧୪-ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ୧୫ ହଜାର ୫୦୦ ଫୁଟ ଉଚ୍ଚରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ l ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା ସେନା l

➡️୧୫-ପିତୃପକ୍ଷ ତିଥି ଅନୁଯାୟୀ ୧୨ ଜଣ ଜର୍ମାନ ଭକ୍ତ ନିଜର ସ୍ବର୍ଗତ ପରିଜନଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ ପାଇଁ ଗୟାରେ କଲେ ପିଣ୍ଡଦାନ l ପ୍ରଶାସନକୁ ଜଣାଇଲେ ଧନ୍ୟବାଦ l

➡️୧୬-ଆଫଗାନିସ୍ତାନର ବାଗଲାନ ପ୍ରଦେଶର ରାଜଧାନୀ ପୋଲ-ଇ-କୋମରିଠାରେ ଥିବା ଇମାନ ଜମାନ ମସଜିଦରେ ଗତକାଲି ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୭ ଜଣଙ୍କ ହେଲା ମୃତ୍ୟୁ l

➡️୧୭-ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ଦେଲା ନିର୍ଦ୍ଦେଶ l

➡️୧୮-ବିଶ୍ୱକପ 2023 : ଆଜି ମଧ୍ୟାହ୍ନ ୨ଟାରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ରଙ୍ଗାରଙ୍ଗ ହେବ ମ୍ୟାଚ, ନିଜର ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ l

➡️୧୯-ବିଶ୍ୱକପ୍ ୨୦୨୩: ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ l ବାଂଲାଦେଶକୁ ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ l

➡️୨୦-୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌, ଲସ୍ ଆଞ୍ଜେଲସ୍ କମିଟିର ପ୍ରସ୍ତାବକୁ ଗ୍ରହଣ କଲା IOC l ୨୦୨୮ ମସିହାର ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଖେଳାଯିବ କ୍ରିକେଟ୍‌ l