ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ-୨୦୨୫ ଅନୁଷ୍ଠିତ…

ବୋଲଗଡ଼,୧୪/୦୯(ଉପାନ୍ତ ଖବର):ବୋଲଗଡ଼ ସଦର ମହକୁମା ସ୍ଥିତ ଶ୍ରୀ ଶ୍ରୀ ତୃତୀୟାଦେବ ସ୍ମୃତି ପରିଷଦ ର ପ୍ରତିଷ୍ଠାତା ହରିହର ସାହୁଙ୍କର ପୃଷ୍ଠପୋଷକତାରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ,ପରିଷଦ ର ଉପସଭାପତି ପଦ୍ମଚରଣ ବେହେରା ଙ୍କ ସହଯୋଗ ରେ ଗତ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ ବ୍ଳକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଏବଂ ଏ୧ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ବୋଲଗଡ଼ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶାର ସଙ୍ଗଠନ ସମ୍ପାଦକ ଡଃ ନିରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ରୂପେ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଯାଜ୍ଞସେନୀ ସାହୁ, ସମ୍ମାନିତ ଅତିଥି ଭାବେ
ଖୋର୍ଦ୍ଧା,ଓଷ୍ଟା ର ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଅବସର ପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ ଲଲାଟେନ୍ଦୁ କେଶରୀ ସିଂହ,ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପୀତବାସ ଲେଙ୍କା,ମାଣିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅମର କୁମାର ବେହେରା,ଅରଖପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଧ୍ରୁବଚରଣ ତ୍ରିପାଠୀ, ସାଗର ଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଗତ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ ବ୍ଳକ ଅନ୍ତର୍ଗତ ୨୮ଟି ଉଚ୍ଚ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଏବଂ ଏ-୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୩୧ଜଣଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଡଃ ମହାନ୍ତି କେବଳ ପରୀକ୍ଷାରେ ଅଧିକ ନମ୍ବରପ୍ରତି ଦୃଷ୍ଟି ନ ଦେଇ ପ୍ରକୃତ ମାନବୀୟ ସହୃଦୟତାର ଗୁଣ ହାସଲ କରିବା ପାଇଁଁ କୃତି ବିଦ୍ୟାର୍ଥୀଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସୁଶ୍ରୀ ସାହୁ ପିତା ମାତାଙ୍କ ସେବା କରିବା ସହ ଯେତେ ବଡ଼ ପଦ ପଦବୀ ରେ ଥିଲେ ମଧ୍ୟ ନିଜର ଅତୀତ ର ପାରିବାରିକ ପୃଷ୍ଠଭୂମିକୁ ନ ଭୁଲିବା ପାଇଁ ପରାମର୍ଶ ଦେଇଥିଲେ। ରବିନ୍ଦ୍ର କୁମାର ବେହେରା ପିଲାମାନେ ଏହି ଆଦ୍ୟ ଯୋୖବନ ସମୟରେ ସତର୍କତା ଅବଲମ୍ବନ କରିବା ସହିତ ଯୋଗାଭ୍ୟାସ କରି ସଫଳ ଭାବେ ଅଧ୍ୟୟନ କରି ପିତାମାତା ଙ୍କ ସ୍ୱପ୍ନ ସଫଳ କରିବା ପାଇଁଁ ଉପଦେଶ ଦେଇଥିଲେ। ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ପିଲାମାନେ ନିଜ ମଧ୍ୟରେ ଆଧ୍ୟାତ୍ମିକ ଭାବନା, ମୁନି ଋଷି ମାନଙ୍କ ବାଣୀ କୁ ଜୀବନ ରେ ପରିଣତ କରି ସକାରାତ୍ମକ ଭାବନା ମନରେ ପୋଷଣ କଲେ ଏକ ଦିବ୍ୟ ଭାରତ ବର୍ଷ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ମଞ୍ଚରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବୋଲଗଡ଼ ବ୍ଳକ ର ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ରେ ସମ୍ମାନିତ ଶିକ୍ଷକ ସୁକାନ୍ତକୁମାର ଜେନା,ମାନସ ରଞ୍ଜନ ବେହେରା , ଶିକ୍ଷୟିତ୍ରୀ ସ୍ୱର୍ଣ୍ଣ ପ୍ରଭା ସେଠୀ ଙ୍କୁ ଉତ୍ତରୀୟ ଓ ପଗଡ଼ି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ ଉତ୍ସବରେ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଧାନଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଙ୍କ ପିତାମାତା, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଏବଂ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ।ଏବଂ ଶେଷରେ ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
