ଜଗନ୍ନାଥ ମନ୍ଦିର ନିର୍ମାଣ ର ବିଳମ୍ବ ପାଇଁ ଆଲୋଚନା ….

ଗଞ୍ଜାମ=ପ୍ରଦିପ କୁମାର ପଣ୍ଡ
ଗଞ୍ଜାମ ବଡ଼ ବଜାର ଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ମନ୍ଥର ନେଇ ସହର ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି l ଏନେଇ ସହରବାସୀଙ୍କ ପକ୍ଷରୁ ରବିବାର ଓଡ଼ିଆ ଢମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ବେହେରା ସଭାପତିତ୍ୱ କରିଥିଲେ l ପୂର୍ବତନ ଗୋପାଳ ପୁର ପୋର୍ଟ ନିଁର୍ଧେଶକ ମନମୋହନ ମହାରଣl ,ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ,ଭିକାରି ବେହେରା, ଯୁଧିଷ୍ଠିର ମହାନ୍ତି, ଡ଼ି କେ ରାଓ, ସୁଦାମ ଚରଣ ଜେନା, ପୂର୍ଣ ପାଣିଗ୍ରାହୀ, ସୁଧୀର କୁମାର ପାଢ଼ୀ, ପ୍ରଣବ ପ୍ରଧାନ, ବୁଲୁ ରେଡ୍ଡି , ସିମାଞ୍ଚଳ ଦାସ ,ପ୍ରଭାତ କୁମାର ସାହୁ, ବଟକୃଷ୍ଣ ରାଉଳ, କୃଷ୍ଣ ଚନ୍ଦ୍ର ଦାସ, ପ୍ରଭାତ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ଥିଲେ l ଦୁଇ ବର୍ଷରୁ ଉର୍ଦ୍ଧ ହେବ ମନ୍ଦିର ଭଙ୍ଗା ଯାଇଥିଲେ ମଧ୍ୟ କେଉଁ କାରଣ ଯୋଗୁଁ ନିର୍ମାଣରେ ବିଳମ୍ୱ ହେଉଛି ତାହା ଆଲୋଚନା ହୋଇଥିଲା l ଏଥିପାଇଁ ଉପସ୍ଥିତ ପାଞ୍ଚ ଜଣ ବରିଷ୍ଠ ବ୍ୟକ୍ତି ପୂର୍ବ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହ କଥାବାର୍ତା କରି ନିର୍ମାଣ କାର୍ଯ୍ୟ ଆଗକୁ ବଢାଇବା ଲାଗି ନିସ୍ଵତୀ ନିଆଯାଇଥିଲା l ଅନ୍ୟାନ୍ୟ ଯୁବ ଗୋଷ୍ଠି ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗ କରିବେ ବୋଲି ମତ ବ୍ୟକ୍ତ କରିଥିଲେ l
