March 8, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଗୋପାଳନ ସମ୍ପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ……

IMG-20250714-WA0012
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚରୀ) ନବରଙ୍ଗପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୌଜନ୍ୟତାରେ ତ୍ରୀ ଦିବସୀୟ ଜିଲ୍ଲା ସ୍ତରୀୟ ଗୋପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉମରକୋଟ ସ୍ଥିତ ଓମଫେଡ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଧେଶ୍ୟାମ ଲାଇକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରାଣୀ ସମ୍ପଦ, ଓଡିଶା ଗ୍ରାମାଞ୍ଚଳ ର ଜୀବିକା ନିର୍ବାହର ମୁଖ୍ୟ ଉତ୍ସ । ଗ୍ରାମାଞ୍ଚଳର ୮୦ % ପରିବାର କୌଣସି ନା କୌଣସି ଗୃହପାଳିତ ପ୍ରାଣୀ ପାଳନ କରି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରାଣୀପାଳନ ରୁ ଅତିରିକ୍ତ ଆୟ କରିଥାନ୍ତି। ତେବେ ବିଶେଷ କରି ଗୋପାଳନ ଦ୍ଵାରା ପରିବାରର ଆର୍ଥିକ ସ୍ବଚ୍ଛଳତା ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ମନୋରଞ୍ଜନ ନନ୍ଦ (ପ୍ରାଣୀଧନ ଉତ୍ପାଦନ) ଯୋଗଦେଇ ପ୍ରକାଶ କରିଥିଲେ । ଗୋପାଳନ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରେ । କୃଷି ପରେ ପ୍ରାଣୀପାଳନ ହେଉଛି ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଦିଗ ,ଯାହାର ଶତକଡା ୪ ଭାଗ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ର ଅବଦାନ ରହିଅଛି । ଏହି ବିଭାଗ ପ୍ରାଣୀ ମାନଙ୍କର ପ୍ରଜନନ ,ପରିପାଳନ , ରୋଗନିରାକରଣ ଏବଂ ଶୁଦ୍ଧ କ୍ଷୀର ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ

ଶୁଦ୍ଧ କ୍ଷୀର ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅତିରିକ୍ତ ରୋଜଗାରର ପନ୍ଥା ଯୋଗାଇଥାଏ । ଏହି ବିଭାଗ ମଧ୍ୟ ପ୍ରାଣୀ ପାଳକ ମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରି ପ୍ରାଣୀ ପାଳକ ମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର ଚିନ୍ମୟୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଉମରକୋଟ ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଆଶିଷ ମହାପାତ୍ର, ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଷେକ ହୋତା ପ୍ରମୁଖ ଯୋଗଦେଇ ପ୍ରକାଶ କରିଥିଲେ ।

ଏହି ଶିବିର ପରିଚାଳନା ରେ ଓମଫେଡ୍ ୟୁନିଟ୍ ଇନ୍ ଚାର୍ଜ ପ୍ରଶାନ୍ତ ବିଶ୍ଵାଳ ସହୋଯାଗ କରିଥିଲେ।