ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ୧୬ ଜଣ ସ୍ବେଛାକୃତ ରକ୍ତଦାତା ପୁରସ୍କୃତ l

ଖୋର୍ଦ୍ଧା,୧୪।୬– : (ପ୍ରିୟଙ୍କା ମହାପାତ୍ର) ସ୍ବାସ୍ଥ୍ଯ, ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ବାସ୍ଥ୍ଯ ସମିତି ଆନୁକୂଲ୍ଯରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଖୋର୍ଦ୍ଧା ରକ୍ତ ଭଣ୍ଡାର ର ଡାକ୍ତର ଜୟରାମ ପାଢୀଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୌରଭ ରାୟ, ସ୍ବେଛାକୃତ ରକ୍ତଦାତା, ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିବା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଅବସରରେ ଡାକ୍ତର ପାଢୀ ନିଜ ବକ୍ତବ୍ୟ ରେ ,ରକ୍ତଦାନ ଏକ ମହତ ଦାନ। ଏହାର ବିକଳ୍ପ ନାହିଁ। ସ୍ବେଛାକୃତ ରକ୍ତଦାତା ଙ୍କ ରକ୍ତଦାନ ଅନ୍ଯ ରୋଗୀଙ୍କ ଅମୂଲ୍ଯ ଜୀବନ ରକ୍ଷା କରିଥାଏ। ବିଶେଷ ଭାବରେ ପ୍ରସୂତି, ଥାଲାସେମିଆ, ସିକଲସେଲ, ହିମୋଫେଲିଆ, କ୍ଯାନସର, ଯକୃତ ରୋଗ ତଥା ଦୁର୍ଘଟଣାର ଶିକାର ହୋଇଥିବା ଏବଂ ଅନେକ ସ୍ଥଳରେ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ରକ୍ତ ଦାନ ପାଇଁ ଅନେକ ବ୍ୟକ୍ତି ସ୍ୱତଃ ଆଗେଇ ଆସିଥାଆନ୍ତି। ତେଣୁ ରକ୍ତର ମୂଲ୍ୟ କେତେ ଆମେ ତାହା ଜାଣିବା ନିହାତି ଦରକାର। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍ ୧୪ ତାରିଖରେ ପାଳିତ ହୋଇଥାଏ ‘ବିଶ୍ବ ରକ୍ତଦାତା ଦିବସ। ଗ୍ରାମାଞ୍ଚଳ ରେ ରକ୍ତଦାନ ହାର ବହୁତ କମ୍। ଏଥିଲାଗି ବ୍ଯାପକ ସଚେତନତା ଜରୁରୀ। ସମସ୍ତ ଙ୍କ ସହଯୋଗ, ସହଭାଗିତା ରହିଲେ ରକ୍ତାଭାବ ଜନିତ ସମସ୍ଯା ଦୂର ହୋଇପାରିବ ବୋଲି କହିଥିଲେ।
ଏହି ଅବସରରେ ୧୬ଜଣ ସ୍ବେଛାକୃତ ରକ୍ତଦାତା ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା l
ଡି.ପି.ଏଚ.ଓ.ପ୍ରସନ୍ନ ମହାପାତ୍ର ସଂଯୋଜନା କରିଥିବାବେଳେ, ଏ.ଡି.ପି.ଏଚ.ଓ.ରବିନ୍ଦ୍ର କୁମାର ପରମାଣିକ, ରକ୍ତଭଣ୍ଡାର ବରିଷ୍ଠ ଟେକନିସିଆନ ଅରୁଣ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଭଣ୍ଡାର ସମସ୍ତ କର୍ମଚାରୀ, ସ୍ବେଛାକୃତ ରକ୍ତଦାତା ମାନେ ଉପସ୍ଥିତ ଥିଲେ।
