ଭେଡେନ ପୋଲିସ ଦ୍ବାରା ଗାଡ଼ି ଚୋର ଗ୍ୟାଙ୍ଗର ୬ ଗିରଫ, ୧୪ ବାଇକ୍ ଜବତ

(ସୁରେନ୍ଦ୍ର କଠାର.ବରଗଡ)
ମୋଟର ସାଇକେଲ ଚୋରି ଘଟଣାରେ ଭେଡେନ
ପୋଲିସକୁ ବଡ଼ ସଫଳତା ମିଳିଛି। ବାଇକ
ଚୋରି ଗ୍ୟାଙ୍ଗର ୬ ଜଣଙ୍କୁ ପୁଲିସ ଗିରଫ
କରିବା ସହିତ ୧୪ ବାଇକ ଜବତ କରିଛି।
ଭେଡେନ ପୋଲିସ ଟିମ ରେମଣ୍ଡା ଛକରେ
ଗାଡ଼ି ମଟର ଯାଞ୍ଚ କରୁଥିବା ସମୟରେ
ରେମଣ୍ଡାର ମଛେନ୍ଦ୍ର ରାଉତିଆ (୨୪) ଓ
ବରପାଲିର ବିକି ସେଟ (୨୪) ଏକ ସ୍ପୋର୍ଟ
ବାଇକରେ ଯାଉଥିଲେ। ପୁଲିସ ସେମାନଙ୍କୁ
ଯାଞ୍ଚ କରିବାକୁ ଅଟକାଇ ଥିଲା। ତାଂକ
ନିକଟରୁ ୧୦ଟି କଫ୍ ସିରପ୍ ଜବତ ହେବା ସହ
ଗାଡ଼ିର କାଗଜ ପତ୍ର ମଧ୍ୟ ନଥିଲା। ସନ୍ଦେହ
ହେବାରୁ ସେମାନଙ୍କୁ ଭେଡେନ ଥାନାକୁ ଆଣି
ପୁଲିସ ପଚାରା ଉଚରା କରିଥିଲା। ସେଥୁରୁ
ବାଇକ ଚୋରି ଗ୍ୟାଙ୍ଗର ସୁରାକ ମିଳିଥିଲା।
ଏହାପରେ ପୁଲିସ ଦୁଇଟି ଟିମ ଗଠନ କରି
ଖୋଳତାଡ଼ ଆରମ୍ଭ କରିଥିଲା। ଫଳରେ
ଉଭୟ ମଛେନ୍ଦ୍ର ଓ ବିକି ସହିତ ରେମଣ୍ଡାର
ସରୋଜ କଲେତ (୨୯), ମଗସିର
ମିରିକ (୨୩), ଆକାଶ କୁମ୍ଭାର(୧୯) ଓ
ଯୋଗେଶ୍ବର ରାଉତିଆ(୩୭) ଏପରି
ସମସ୍ତେ ମିଶି ବିଭିନ୍ନ ଅଞ୍ଚଳରୁ ୧୪ଟି ବାଇକ
ଚୋରି କରିଥିବାର ଜଣା ପଡ଼ିଥିଲା। ପୋଲିସ
ସମସ୍ତ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ
କରିବା ସହ ଚୋରି ହୋଇଥିବା ସମସ୍ତ ୧୪
ବାଇକକୁ ଜବତ କରିଛି । ଏନେଇ ଏସ୍ଡିପିଓ
ପଦାରବିନ୍ଦ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ
ପ୍ରକାଶ କରିଛନ୍ତି। ଚଢ଼ଉରେ ଭେଡେନ
ଥାନା ଅଧିକାରୀ ସୁଶାନ୍ତ ଦାଶ, ଏସଆଇ
ପ୍ରଫୁଲ୍ଲ ପାଣିଗ୍ରାହୀ, ଦୀପକ ସାହୁ, ଏମଡି
ଇଯାଜଙ୍କ ସମେତ ପୁଲିସ ଟିମ ସାମିଲ
ହୋଇଥିଲେ।