ପାହାଡଶ୍ରୀଗିଡା ପଞ୍ଚାୟତ କାର୍ଯ୍ୟାଳୟରେ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମ
ସୁରେନ୍ଦ୍ର କଠାର,ବରଗଡ
ଅତାବିରା ବ୍ଲକ ଅଧିନ ପାହାଡଶ୍ରୀଗିଡା ପଂଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ସରକାରକଂ ୧୧ ବର୍ଷ ଓ ରାଜ୍ୟ ସରକାରକଂ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ବିଡିଓ ରିପୁନାଥ ସୁନା,ଜିପିଡିଓ ମହମ୍ମଦ ଆକବର,BOCSO ରଶ୍ମିତା ଖେତି,ସରପଂଚ ଗୀତାଜଂଳୀ ପ୍ରଧାନ,ପୂର୍ବତନ ବ୍ଲକ ଚେୟାରମ୍ୟାନ ଜିତେନ୍ଦ୍ର ମେହେର,ଚିତ୍ତରଂଜନ ଭୋଇ,ହିର୍ଲିପାଲି ପଂଚାୟତର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ |ଏହି ଅବସରରେ ଉକ୍ତ ପଂଚାୟତର କେତେକ ହିତାଧିକାରୀକୁ ଅନ୍ତରଦୟ ଯୋଜନାରେ ଗୃହ,ବାର୍ଦ୍ଦକ୍ୟ ଭତ୍ତା,ବିଧବା ଭତ୍ତା ପ୍ରଦାନ କରାଯାଇଥିଲା ଆୟୋଜିତ ସଭାରେ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ |
