March 11, 2026

ବିଚାରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

IMG-20250614-WA0002
Share

ବୁଗୁଡା : ତା ୧୩/୦୬/୨୫ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଗତ ଜୁଲାଇ ୨୦୨୨ ମସିହାରୁ କାର୍ଯ୍ୟରତ ଥିବା ବିଚାରପତି ପରିଣିତା ନାୟକଙ୍କ ବଦଳି ମାଲକାନଗିରିକୁ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ତାଙ୍କୁ ବୁଗୁଡା ଓକିଲ ସଂଘ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ସମ୍ପାଦକ ସିମାଞ୍ଚଳ ନନ୍ଦ , ହର ପ୍ରସାଦ ଦାଶ, ସୁଜିତ କୁମାର ସ୍ବାଇଁ, ପ୍ରଭାତ କୁମାର ଜେନା, ରବିନ୍ଦ୍ର କୁମାର ପଣ୍ଡା, ନିବେଦିତା ଚୋଧୁରୀଙ୍କ ସମେତ ଅନ୍ୟାନ୍ୟ ଅଧିବକ୍ତାଗଣ ଉପସ୍ଥିତ ରହି ବିଦାୟୀ ବିଚାରପତିଙ୍କ ବିନମ୍ରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ।