March 10, 2026

ଦି ବେଲ୍ ଓମେଁନସ୍ କ୍ଲବ ତରଫରୁ ବେଳା ଭୂମିରେ ରଜ ଉତ୍ସବ ଝୁମର ଆୟୋଜିତ..

IMG-20240614-WA0018
Share

  *ଦି ବେଲ୍ ଓମେଁନସ୍ କ୍ଲବ ତରଫରୁ ବେଳା ଭୂମିରେ ରଜ ଉତ୍ସବ ଝୁମର ଆୟୋଜିତ*

*ଓଡ଼ିଶାର ଏହି ନିଆରା ପରମ୍ପରା ବିଷୟରେ ପର୍ଯ୍ୟଟକଙ୍କୁ ଜଣାଇବା ପାଇଁ ବଣ୍ଟା ହେଲା ଦୁଇ ହଜାର ରଜ ପିଠା ଓ ପାନ*

*ରଜ ଦୋଳି , ପିଠା ଓ ପାନର ମଜା ନେଲେ ପର୍ଯ୍ୟଟକ*

ପୁରୀ (୧୪/୬/୨୪)ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ଦି ବେଲ୍ ର ୱିମେନସ୍ କ୍ଲବ ତରଫରୁ ପୁରୀ ବେଳା ଭୂମିରେ ଆୟୋଜିତ ହେଇଚି ରଜ ଉତ୍ସବ ୨୦୨୪ “ଝୁମର”ପହିଲି ରଜ ଅବସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୀ ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଉଦଘାଟନ କରିଥିଲେ।ଦି ବେଲ୍ ର ପ୍ରତିଷ୍ଠାତା ଅଧକ୍ଷ ବେଳା ଭୂମିରେ ଏହି ରଜ ଉତ୍ସବ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହଜି ଯାଉଥିବା ପରମ୍ପରା କୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହିତ ପର୍ଯ୍ୟଟକଙ୍କୁ ଓଡ଼ିଶାର ଏହି ନିଆରା ପର୍ବ ସହିତ ପରିଚିତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।କାର୍ଯ୍ୟ କ୍ରମ କୁ ଲୋକାଭିମୁଖୀ କରିବା ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ରଜ ଦୋଳି ଖେଳ, ଅଳତା ଲଗା, ଲୁଡୁ ପାଲି, ରଜ ସମ୍ପର୍କିତ ପ୍ରଶ୍ନଉତ୍ତର , ମ୍ୟୁଜିକ୍ ଚେୟାର ଇତ୍ୟାଦି ଖେଳ ଆୟୋଜନ କରାଯାଇଥିଲା।ଏହା ଓମେନ୍ସ୍ କ୍ଲବ ଦ୍ଵାରା ପାଖା ପାଖି ଦୁଇହଜାର ବିଭିନ୍ନ ପାରମ୍ପରିକ ପିଠ ଓ ମିଠା ଏବଂ ରଜ ପାନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ପର୍ଯ୍ୟଟଙ୍କୁ ବଣ୍ଟା ଯାଇ ଥିଲା।ପର୍ଯ୍ୟଟ ମାନଙ୍କୁ ରଜ ସମ୍ପର୍କରେ ଇଂରାଜୀ ବଙ୍ଗାଳୀ ଓ ହିନ୍ଦୀ ଭାଷାରେ ବୁଝାଇବା ପାଇଁ ବିଶେଷ ଭଲୁଣ୍ଟର ନିଯୁକ୍ତ କରାଯାଇଥିଲା।ସ୍ଥାନୀୟ ବାସିନ୍ଦା ସହିତ ଏହି ପର୍ଯ୍ୟଟକମାନେ ବେସ ମଜା ନେଇ ଥିଲେ ଏହି ରଜ ଉତ୍ସବର।ଏହି ଅବସରରେ ସହରେ ପାରମ୍ପରିକ ପିଠା ପ୍ରସ୍ତୁତ କରି ସୁନାମ ଅର୍ଜ୍ଜନ କରିଥିବା ଅନୁଷ୍ଠାନ ମୋ ବୋଉ ପ୍ରୋପାଇଟର ଶ୍ରୀମତୀ ବନପ୍ରୀୟା ନାୟକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦି ବେଲ୍ ଓମେନ୍ସ କ୍ଲବ୍ ସମ୍ପାଦିକା ରାଜଲକ୍ଷ୍ମୀ ଦାସ,ଅର୍ଥ ସମ୍ପାଦିକା ମିନତି ନାୟକ,ଶାନ୍ତିଲତା ପ୍ରଧାନ,କେ ସୁଭାଷିନୀ, ପାର୍ବତୀ ରାଭା, ନରମଦା ମହକୁଡୁ,ଝିଲି ସେଠୀ ,ବନିତା ଦୀକ୍ଷିତ ପ୍ରଭୃତି ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ