March 12, 2026

ଅଧୁରା ରହିଗଲା ପରିବାର ର ରଜ ପାଳନ । ପହିଲି ରଜରେ ଚାଲିଗଲା ତିନ ଜୀବନ

IMG-20240614-WA0014
Share

ଅସ୍ତରଙ୍ଗ,,ରାତି ପାହିଲେ ରଜ । ଗୁରୁବାର ରତ୍ରୀରୁ ପାନ ତୋଳି ତାକୁ ଭଲ ରୂପେ ବାଛିବା ସହ ବନ୍ଧା ବନ୍ଧି କରି ଶୁକ୍ରବାର ସକାଳେ ଏକ ଚାରି ଚକିଆ ଯାନ ଯୋଗେ ନାୟାହାଟ ଯାଉଥିଲେ ଅସ୍ତରଙ୍ଗ ଅଞ୍ଚଳର କିଛି ପାନ ବ୍ୟବସାୟୀ । ହେଲେ ଅଧୁରା ରହିଗଲା ସ୍ୱୋପ୍ନ । ରତ୍ରର ଚାରି ଘଟିକା ସମୟ ରେ ପାନ ଗାଡ଼ିଟି ସୋମନାଥପୁର ନିକଟ ରେ ଅନ୍ୟ ଗୋଟେ ଗାଡ଼ିକୁ ଅତିକ୍ରମ କରିଲା ବେଳେ ଗାଡ଼ିଟି ଭାର ଶ୍ୟାମ ହରାଇ ଲେଉଟି ପଡ଼ିବାରୁ ତିନିଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୨ ରୁ ଉର୍ଦ୍ଧ ଲୋକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।
ପ୍ରକାଶ ଯୋଗ୍ୟ ଯେ,ଅସ୍ତରଙ୍ଗ ବ୍ଲକ ର ଛଇତନା, ପଦାଶାହି, କେନ୍ଦ୍ରାପଟି,କଣ୍ଟା ବାଉଁଶ ଗ୍ରାମର କୋଡ଼ିଏ ରୁ ଉର୍ଦ୍ଧ ପାନ୍ ଚାଷୀ ଏକ , ୧୦୭ ଯୋଗେ ପାନ୍ ନେଇ ନୟାହାଟ ଯାଉଥିଲେ । ଗାଡ଼ିର ବେଗ ଅଧିକ ଥିବାରୁ ବିପରୀତ ଦିଗରୁ ଆସୁଥିବା ଗାଡିକୁ କଟାଇଲା ବେଳେ ଗାଡ଼ିର ଚାଳକ ନୀୟନ୍ତ୍ରଣ ହରାଇ ଵାରୁ ଗାଡିଟି ସୋମନାଥ ପୂର୍ ପାଣିଛତ୍ର ନିକଟ ରେ ଓଲଟି ପଡିଥିଲା । ଗାଡ଼ିରେ ପାନର ବୋଝ ସହ ତା ଉପରେ ବସିଥିବା ଲୋକ ମାନେ ତଳେ ପଡ଼ି ଚାପି ହୋଇ ଯିବା ଦ୍ବାରା ସେହି ସ୍ଥାନରେ ଦୁଇ ଜଣ ମୃତ ବରଣ କରିଥିବା ବେଳେ ,ଜଣେ ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ମେଡିକାଲ ଯିବା ବେଳେ ଆଉ ଜଣେ ମୃତୁ ବରଣ କରିଥିଲେ । ଲୋକ ମାନେ ଶୁ ସଂଗଠୀତ ହୋଇ କାକଟପୁର ଥାନାକୁ ଖବର ଦେବା ସହ,ଗୁରୁତର ହୋଇ ଥିବା ଦଶ ରୁ ଉର୍ଦ୍ଧ ଲୋକଙ୍କ ଙ୍କୁ ଚାରିଛକ ମେଡିକାଲ ପଠାଇ ଥିଲେ । ମୃତକ ମାନେ ହେଲେ, ଅସ୍ତରଙ୍ଗ ବ୍ଲକ ଅଧୀନ ଛତିଆନା ର ଯୋଗୀ ସ୍ବାଇଁ ,କେନ୍ଦ୍ରପଟି ର ପାପୁଆ ମଲ ଓ ଶରତ ସାହୁ ଅଟନ୍ତି । କାକଟପୁର ପୋଲିସ ଗାଡ଼ି ଟିକୁ ଜବତ କରି ତଦନ୍ତ ଜାରି ରଖିଛି ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)