October 6, 2024

ମା ମହିଷାଶୁଣୀ ଦେବୀ ମନ୍ଦିର ପରିସରରେ ଆଞ୍ଚଳିକ ରଜ ମହୋତ୍ସବ ଅନୁଷ୍ଠିତ…

Share

ବୋଲଗଡ଼,(ଉପାନ୍ତ ଖବର):ରଜ ପାଇଁ ପ୍ରତେକ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ର ମାହୋଲ ଦେଖି ବାକୁ ମିଳିଥାଏ। ରଜଦୋଳି ସହିତ ପାରମ୍ପରିକ ପିଠାପଣା ଓ ଖିଲିପାନର ମଜା ଉଠାଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର କୃଷି ଭିତ୍ତିକ ଗଣପର୍ବ ରଜର ଆଗମନରେ ତାଳତୁମ୍ବ ଗ୍ରାମର ମା ମହିଷାଶୁଣୀଙ୍କ ପ୍ରାଙ୍ଗଣରେ ଆୟୋଜକ ତାଳତୁମ୍ବ ଯୁବକସଂଘ ତରଫରୁ ତୃତୀୟ
ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗୋପାଳପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ବାରିକଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୂର୍ବତନ ସରପଞ୍ଚ ବିଜୟ ନାୟକ, ମୁଖ୍ୟ ଅତିଥି ଭାବେ ଦେଉଳି ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ କୁମାର ସାହୁ ,ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଳକ ଭାଇସ ଚେୟାରମ୍ୟାନ ରମେଶ ଚନ୍ଦ୍ର ସାହୁ, ସମାଜସେବୀ ଅକ୍ଷୟ ରାଉତ ରାୟ,ୱାଡମେମ୍ବର ସଚିତ୍ର ସାହୁ ଏବଂ ବିଚିତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରଜ ମହୋତ୍ସବ ରେ ଗୋପାଳପୁର ପଞ୍ଚାୟତ ର ସମସ୍ତ ଆଖ ପାଖ ଗ୍ରାମରୁ ଆସିଥିବା ବାଳକ ଓ ବାଳିକା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ଏହି ରଜ ପର୍ବରେ ପିଲାମାନ ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା – ନୃତ୍ୟ, ବେଲୁନ ଫୁଙ୍କା, ଲକ୍ଷ୍ୟଭେଦ, କବାଡି, ଦୋଳି ଆଦି ପ୍ରତିଯୋଗିତା ହୋଇଥିବା ବେଳେ ମହିଳା ମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଯଥା -ମ୍ୟୁଜିକ ଚେୟାର, ଝୋଟିଚିତା, ପିଠା ପ୍ରସ୍ତୁତ, ହୁଳହୁଳି, ଶଙ୍ଖ ଫୁଙ୍କା ଆଦି ପ୍ରତିଯୋଗିତା ହୋଇଥିଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି କି ଆଜିର ଲୋକମାନେ ଆଧୁନିକରଣ ଆଡକୁ ଗତିକରିବା ଯୋଗୁଁ ପୂର୍ବ ପ୍ରଥା,ପରମ୍ପରା ଓ ପର୍ବ ପର୍ବାଣି କୁ ଭୁଲି ଯାଉଥିବା ବେଳେ ଏହି ପାରମ୍ପରିକ ଆଞ୍ଚଳିକ ପର୍ବ ପର୍ବାଣି କିପରି ଆଗାମୀ ପିଢ଼ିର ବା ବର୍ତ୍ତମାନ ଲୋକ ମାନେ ଏହି ଗଣ ପର୍ବ କୁ ଭୁଲି ନ ଯାଇ ତାକୁ ଆଗ୍ରହ ର ସହିତ ପାଳନ କରିବେ l ସେଥିପାଇଁ ଏହି ଉତ୍ସବ ଟି ମହାଡ଼ମ୍ବର ସହକାରେ ମିଳିତ ଗ୍ରାମବାସୀମାନ ଙ୍କ ଦ୍ୱାରା ପାଳନ କରାଯାଉଛି l ଏହି ଉତ୍ସବରେ ଲୋକ ମାନଙ୍କର ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିଥିଲା। ଉତ୍ସବରେ ଭାଗନେଇଥିବା ପ୍ରତିଯୋଗିତା ଓ ଦର୍ଶକ ମାନଙ୍କ ପାଇଁ ଦହିପଣା ଏବଂ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)