March 8, 2026

ଅସ୍ତରଙ୍ଗ ରେ,ଲୋକ କଳା ଦିବସ ପାଳିତ 

IMG-20230614-WA0057
Share

 

 

ଅସ୍ତରଙ୍ଗ,,ଓଡ଼ିଆ ଭାଷା,ସାହିତ୍ୟ,ଓ ସଂସ୍କୃତି ବିଭାଗ ପତ୍ର ସଂଖ୍ୟା ୫୭୯/ତା ୧୨-୬-୨୩ ଅନୁଯାୟୀ ,ଲୋକ କଳାକୁ ସମ୍ମାନ ଜଣାଇ ବୁଧବାର ଦିନ ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ଙ୍କ ଉପସ୍ଥିତି ରେ ବ୍ଲକ ଲୋକ କଳା ଦିବସ -୨୦୨୩ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇ ଅଛି ।ଏହି ଦିବସରେ ବ୍ଲକ ଅଞ୍ଚଳର ଆଠ ଗୋଟି ସାଂସ୍କୃତିକ ଦଳ ଯୋଗ ଦେଇ ସେମାନ ଙ୍କର କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ,ରଜ ଗୀତ, ଏକକ ନୃତ୍ୟ,ଝୋଟି,ପୁଚି ଖେଳ,ଖଞ୍ଜଣି ଭଜନ,ସଂକ୍ରିତନ୍ ଆଦି ପଦର୍ଶ୍ରିତ କରା ଯାଇଥିଲା । ତତ୍ ପରେ,ଲୋକ କଳା ମହା ସଂଘ ର ସଭ୍ୟ ମାନେ, ଏକ ରାଲି କରି ଅସ୍ତରଙ୍ଗ ବଜାର ନିକଟ ତାରିଣୀ ମନ୍ଦିର ଠାରୁ ବାହାରି ନାମ ଭଜନ ଗାନ କରି ବ୍ଲକ ପର୍ଯ୍ୟନ୍ତ ଯାଇ ଥିବାର ଦେଖା ଯାଇ ଥିଲା । ଏହି ସାଂସ୍କୃତିକ ରାଲିରେ, ଯୁବ ନେତା ଦିବାକର ଛାଟୋଇ, ସଂଯୋଜକ କାଳନ୍ଦୀ ଚରଣ ଛାଟୋଇ,ମାନସ ରାଉତ,ଶିକ୍ଷାବିତ୍ ରବୀନ୍ଦ୍ର ମହାନ୍ତି, ବ୍ଲକ ଲୋକ କଳା ସଂଘ୍ ର ଜିଲ୍ଲା ପ୍ରତିନିଧି ଦୁର୍ଯୋଧନ ନାୟକ, ବ୍ଲକ ଉପାଧ୍ୟକ୍ଷ , ଦୂର୍ଜୟ କୁମାର ମିଶ୍ର, ସରପଞ୍ଚ ପ୍ରତିନିଧି ,ପ୍ରଶାନ୍ତ ମଲ୍ଲ ଓ ପ୍ରତାପ ଖୁଣ୍ଟିଆ ଙ୍କ ସମେତ ବହୁ ମହିଳା ଦଳ ଉପସ୍ଥିତ ରହି ଏହି ଲୋକ କଳା ଉପରେ ଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।ଏହି ସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ବ୍ଲକ ବି ଡି ଓ,ବବିତା ମଞ୍ଜରୀ ନାୟକ ।