ଲେମ୍ପସ ଆର ଏମ ସି ର ମଧୁ ଚନ୍ଦ୍ରିକାରେ ମଣ୍ଡି ଉଦଘାଟନ. ପିଣ୍ଡି ରେ ନାହିଁ ଧାନ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ନିୟନ୍ତ୍ରିତ ବଜାର କମିଟି ପରିସର ହାଟ ପଦା ଠାରେ ମଣ୍ଡି ଉଦଘାଟନ ହୋଇଯାଇଛି. କିନ୍ତୁ ମଞ୍ଜି ଏ ଧାନ ଦେଖି ବାକୁ ମିଳି ନ ଥିଲା I ଆଜି ସାଡ଼େ ଦଶ ଘଣ୍ଟା ସମୟ ରେ ମଣ୍ଡି କୁ କୃଷକ ମଞ୍ଚ ର ସଭାପତି ବିଧବଦ୍ଧ ଭାବରେ ପୂଜା ଅର୍ଚନା କରି ଆରମ୍ଭ କରିଥିଲେ. କୋଟପାଡ଼ ସମେତ ଘୁମର. ନେହୁରପାଲି. ମୁର୍ତ୍ତା ହାଣ୍ଡି. ର ବହୁ ଚାଷୀଙ୍କ ଏବଂ ଲଷ୍ମୀକାନ୍ତ ରାଇସ ମିଲ. ସାଇ ସନ୍ତୋଷୀ. ହରେ କୃଷ୍ଣ. ସୀତାରାମ. ଓ ଗୋପାଳ ରାଇସ ମିଲ ମାଲିକ ମାନେ ମଣ୍ଡି ରେ ଅଂଶ ଗ୍ରହଣ କରି ଚାଷୀଙ୍କ ଘରୁ ଧାନ ଉଠା ଯିବ. କୁଇନ ଟାଲ ପିଛା ପାଞ୍ଚ କିଲଧାନ କଟା ହେବ ବୋଲି ଚାଷୀ ଏବଂ ମିଲର ଙ୍କ ଆପୋଷ ବୁଝା ମଣା ରେ ସ୍କେନ ଓ ଏଣ୍ଟ୍ରି ଆରମ୍ଭ ହୋଇଥିଲା. ସାଡ଼େ ଘଣ୍ଟେ ବେଳେ ମଣ୍ଡି ବନ୍ଦ ହୋଇ ଯାଇଥିଲା I ଚାଷୀ ଙ୍କ କହିବା ଅନୁଯାଇ ଚଳିତ ମାସ ତିନ ତାରିଖ ଦିନ ଟୋକେନ ଦେବା ଆରମ୍ଭ ହେଲା. ଆଜି ନାମକୁ ମାତ୍ର ମଣ୍ଡି ଉଦଘାଟନ ହୋଇଛି. ଆମେ ଚାଷୀ ନେତା ଓ ନିର୍ଦେଶକ ଚୟନ କରୁଛୁ ପରେ ସେମାନେ ଆର ଏମ ସି. ଲେମ୍ପସ ଓ ମିଲର ଙ୍କ ସହ ମିଶି କାମ କରୁଛନ୍ତି. ଚାଷୀ ଉପକୃତ ହବାରୁ ବଞ୍ଚତ ହେଉଛନ୍ତି. ମଣ୍ଡି କେତେ ସମୟ ରେ ଆରମ୍ଭ ହେବ ଏବଂ କେଉଁ ସମୟ ରେ ବନ୍ଦ ତାହା ଠିକ ନାହିଁ କିନ୍ତୁ ତିନି ରୁ ଚଳିତ ମାସ ତିରସି ତାରିଖ ଯାଇ ମଣ୍ଡି ଚାଲିବା ଭଳି କାଗଜ କଲମ ରେ ଦର୍ସା ଯାଉଛି. ଆର ଟି ଆଇ ରେ ତଥ୍ୟ ମାଗିଲେ ତଥ୍ୟ ମିଳୁ ନାହିଁ. ଲେମ୍ପସ ଓ ଡି ଆର ସି ଏସ. ଆର ଏମ ସି ରେ ଅନିୟମିତତା କୁ ସି ବି ଆଇ ତଦନ୍ତ କଲେ ଚାଷୀ ଙ୍କ କଷ୍ଟର୍ଜିତ ଟଙ୍କା ହିସାବ ଲୋକଲୋଚନ କୁ ଆସିବ ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତରେ ଗଣ ମାଧ୍ୟମ ରେ ସୂଚନା ଦେଇ ଥିବା ଜଣା ଯାଇଛି I ଅନ୍ୟ ମାନଙ୍କ ମଧ୍ୟ ରେ ଏମଡି ରାଜି ନାୟକ. ଜିତେନ୍ଦ୍ର ରଥ. ରାଜେନ୍ଦ୍ର ମହାନ୍ତି ସଞ୍ଜୟ ବେହେରା. ନରସିଂହ ବେହେରା. ଗୋପାଳ ଲାଲ ସିଂ ଦେଓ. ବଣ୍ଟୁ ସାହୁ. ଆନନ୍ଦ ରାଓ. ବାପୁନ ତ୍ରିପାଠୀ. ଉମେଶ ବ୍ରହ୍ମା. ପୂରନ ନାୟକ. ସା ଫେସେଲ. ବାନାର୍ଜୀ ରାଓ. ବିନୋଦ ତ୍ରିପାଠୀ. ନରସିଂହସେଠି ଶିବା ନନ୍ଦ ହୋତା. ବୁଦୁ ସିଂ ବିଶୋଇ. ରଙ୍ଗ ନାଥ ହୋତା. ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିବା ର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I