March 10, 2026

ମା ମହିଷାଶୁଣୀ ଦେବୀ ଆଞ୍ଚଳିକ ରଜ ମହୋତ୍ସବ ୨୦୨୩।

49ea8985-a872-4bf2-8de5-5d6b38542f0e
Share

ବୋଲଗଡ଼,୧୪/୦୬,(ଉପାନ୍ତ ଓଡିଶା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର କୃଷି ଭିତ୍ତିକ ଗଣପର୍ବ ରଜର ଆଗମନରେ ତାଳତୁମ୍ବ ଗ୍ରାମର ମା ମହିଷାଶୁଣୀଙ୍କ ପ୍ରାଙ୍ଗଣରେ ଆୟୋଜକ ସୁଧିର କୁମାର ନାୟକ ଓ ତାଳତୁମ୍ବ ଯୁବକସଂଘ ତରଫରୁ ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଗୋପାଳପୁର ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ବାରିକ, ଏସ ଏଚ ଜି ଗୃପ ସଭାନେତ୍ରୀ ଗୀତାନଂଜଳୀ ମହାନ୍ତି ଓ ସମ୍ପାଦିକ ସୌଦାମିନୀ ସାହୁ, ଶିକ୍ଷାବିତ ପଞ୍ଚାନନ ରଥ, ସମାଜସେବୀ ଅକ୍ଷୟ ରାଉତ ରାୟ,ୱାଡମେମ୍ବର ସଚିତ୍ର ସାହୁ ପ୍ରମୁଖ ଉପସ୍ଥିତ ଦେଖିବାକୁ ମିଳିଥିଲା।ବୁଧବାର ଦିନ୧୧ ଘଟିକା ସୁଭାରମ୍ଭ ହୋଇଥିଲା ବେଳେ ଦିନ ୩ଟା ବେଳେ କାର୍ଯ୍ୟ କ୍ରମ ସମାପନ ହୋଇଥିଲା। ଏହି ଉତ୍ସବରେ ଲୋକ ମାନଙ୍କର ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ହଜିଯାଇଥିବା ଓଡ଼ିଆ ସଂସ୍କୃତି ଜନମାନସରେ ଜାଗୃତି କରିବା ଉଦେଶ୍ୟରେ ଦୋଳି, ପିଠା, ନୃତ୍ୟ, ହୁଳହୁଳି, ଶଙ୍ଖ ଫୁଙ୍କା,ଲକ୍ଷଭେଦ,ମ୍ୟିୟୁଜିକ ଚେୟାର,ଝୋଟି ଚିତା ପ୍ରତି ଯୋଗିତା ଓ କୁଇଜ୍ କାର୍ଯ୍ୟ କ୍ରମ କରାଯାଇ ପୁରଷ୍କାର ବିତରଣର ବ୍ୟବସ୍ଥା କରାଯାଇଥିଲା। ଯାହାକି ଲୋକମାନଙ୍କୁ ଆକର୍ଷଣ କଲାଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)