March 12, 2026

108 ଆମ୍ବୁଲାନ୍ସ କର୍ମଚାରୀ ପ୍ରଶାସନ ପାଖରେ ନିଜର ଦାବି ରଖିଲେ !

e15549bd-9500-4765-b475-4986a98121b5
Share


++++++++++++++++++++
ଜଗତସିଂହପୁର :- ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ତୁରନ୍ତ ଅଗ୍ରଣୀ ସେବା ଯୋଗାଇ ଆସୁଥିବା 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ସମସ୍ୟା ଏତେ ଜଟିଳ ଯେ, ସରକାର ବା ଡିପାର୍ଟମେଣ୍ଟ ତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଥିବା ଜଣାଯାଇଛି ! ଗତ 2013 ମସିହାରୁ ଦୀର୍ଘ ସମୟ ଧରି 108 କର୍ମଚାରୀ ମାନେ ନିରବଛିନ୍ନ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇ ଆସୁଥିବା ବେଳେ ତାଙ୍କ ପ୍ରତି ସରକାରଙ୍କର ଉଦାସୀନତା ମନୋଭାବ ଆଜି ପଦାରେ ପଡି ଯାଇଛି ! ସେବା ତୁଳନାରେ ଉପଯୁକ୍ତ ପ୍ରାପ୍ୟ ମିଳୁନଥିବାର ଅଭିଯୋଗ ସର୍ବତ୍ର ଚର୍ଚ୍ଚାର ବିଷୟ ପାଲଟିଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର 108 ଆମ୍ବୁଲାନ୍ସ ସେବା କର୍ମଚାରୀ ସଂଘ 6 ଦଫା ବିଶିଷ୍ଟ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କୁ ପ୍ରଦାନ କରିଛନ୍ତି !ଦାବି ଗୁଡିକ ମଧ୍ୟରେ ସେବା କର୍ମଚାରୀଙ୍କୁ ନିୟମିତ ଦରମା ବୃଦ୍ଧି ନିଶ୍ଚିତ କରିବା,ଆମ୍ବୁଲାନ୍ସ କର୍ମଚାରୀ ଆକ୍ରମଣର ଶିକାର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,କର୍ମଚାରୀଙ୍କ ନିମନ୍ତେ ଶୌଚାଳୟ ଓ ବିଶ୍ରାମକକ୍ଷ ନିର୍ମାଣ କରାଯାଉ,କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଵିମାରାଶି 20 ଲକ୍ଷ ଓ ଆକର୍ମଣ୍ୟ ହେଲେ ଵିମାରାଶି 10 ଲକ୍ଷ କୁ ବୃଦ୍ଧି କରାଯାଉ ବୋଲି ସ୍ଥାନିତ ହୋଇଛି ! ଆମ୍ବୁଲାନ୍ସ କର୍ମଚାରୀ ସଂଘର ସଭାପତି ତାପସ ରଞ୍ଜନ ଦାସ,ସୌଭାଗ୍ୟ ସ୍ୱାଇଁ ରମାକାନ୍ତ ଲେଙ୍କା, ଶ୍ୟାମସୁନ୍ଦର ମହାପାତ୍ର,ବ୍ରଜ କିଶୋର ସାହୁ,ବିଶ୍ୱରଂଜନ ନାୟକ ଓ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ! ଉପଜିଲ୍ଲାପାଳ ମଧ୍ୟ ଦାବୀ ଗୁଡିକ ଯଥା ସମ୍ଭବ ପୂରଣ କରାଯିବ ବୋଲି
ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ପ୍ରତିଶୃତି ଦେଇଥିବାର ଦେଖିବାକୁ ମିଳିଥିଲା ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !