September 21, 2024
Share

*╭───────────────────╮*

*🌄ସକାଳର ଖବର, ୧୪-ଜୁନ-୨୦୨୩, ବୁଧବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆଜି କୃଷିଭିତ୍ତିକ ଓଡ଼ିଆ ଘରର ବଡ଼ ପର୍ବ ପହିଲି ରଜ। ରଜବତୀ ହେବ ମାଟି ମାଆ। ପର୍ବ ପାଳନ ପାଇଁ ଗାଁଠୁ ସହର, ସବୁଠି ଉତ୍ସବ ମୁଖର l

 

➡️୨-ରାଜ୍ୟର ବିଦ୍ୟାଳୟରେ ନିୟୋଜିତ ଥିବା ପାଚିକା- ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି ଓ ଶାଢ଼ି ପାଇଁ ୫.୪୫ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କହିଲେ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ l

 

➡️୩-ପ୍ରକାଶ ପାଇଲା ନୀଟ ୟୁଜିସି ୨୦୨୩ର ପରୀକ୍ଷା ଫଳ l ଦେଶରେ ଏ. ପ୍ରଭଞ୍ଜନ ଓ ରାଜ୍ୟରେ ସ୍ବୟଂଶକ୍ତି ତ୍ରିପାଠୀ ହେଲେ ଟପ୍ପର l ପରୀକ୍ଷାର୍ଥୀ ଅଫିସିଆଇଲ୍ ୱେବ୍ସାଇଟ୍ neet.nta.nic.in ଓ ntaresults.nic.in କୁ ଯାଇ ନିଜର ପରୀକ୍ଷା ଫଳ ଚେକ୍ କରିପାରିବେ।

 

➡️୪-ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି l ୪% ବୃଦ୍ଧି ହେଲା ମହଙ୍ଗା ଭତ୍ତା l

 

➡️୫-କାଳିଆ ହିତାଧିକାରୀଙ୍କ ପାଇଁ ଖୁସି ଖବର, ବଦଳିଲା ଆବେଦନର ସମୟସୀମା l ଏଣିକି ୩୦ ଦିନରୁ ୯୦ ଦିନକୁ ହେଲା ବୃଦ୍ଧି l ସମସ୍ତ ଅଭିଯୋଗକଗୁଡ଼ିକୁ ୪୫ ଦନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ ।

 

➡️୬-ଆଜି ମୁମ୍ବାଇ ପାଳିବ No Honking Day l ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୁଲିସର ନିଆରା ପଦକ୍ଷେପ।

 

➡️୭-ଘଣ୍ଟାଘଣ୍ଟା ଧରି ପାୱାର କଟ୍ ପ୍ରତିବାଦରେ ଆଜିଠାରୁ ୨ଦିନ ଧରି ବିଜେପି ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରିବ l

 

➡️୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ମାସର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଜୁନ ୧୮ ରବିବାରରେ ପ୍ରସାରିତ ହେବ।

 

➡️୯-ଝାରସୁଗୁଡ଼ାରେ ବିରଳ ପ୍ରଜାତିର ସୁରକ୍ଷା ପାଇଁ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କଲା ବେଦାନ୍ତ ଆଲୁମିନିୟମ l ଏହି ପାର୍କରେ ୧୦୦ରୁ ଅଧିକ ଉଦ୍ଭିଦ ପ୍ରଜାତିର ଯତ୍ନ ପାଇଁ ମନୋନୀତ କରାଯାଇଛି, ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କୁ ଆକର୍ଷିତ କରିବ ।

 

➡️୧୦-ଏଥର ରଜରେ ରାଜ୍ କରିବ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ l ଫିଲ୍ମ ଟି ଓଡ଼ିଶାର ୬୩ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ୧୮୦ରୁ ଅଧିକ ଶୋ ଚାଲିଛି l

 

➡️୧୧-ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବ ନିର୍ମିତ ରୋପୱେର ୩୩ କେଭି ଟ୍ରାନ୍ସଫର୍ମରର ମିଟର ୟୁନିଟ ଫାଟି ତିନିଜଣ କର୍ମଚାରୀ ହେଲେ ଗୁରୁତର l

 

➡️୧୨-ବାହାନଗା ରେଳ ଦୁର୍ଘଟଣା- ୫ ଜଣ ରେଳ କର୍ମଚାରୀ ଏବେ ସିବିଆଇ ସ୍କାନରରେ l ଦୁର୍ଘଟଣା ଘଟିବା ପୂର୍ବରୁ ଏମାନେ ରକ୍ଷଣବେକ୍ଷଣ କାର୍ଯ୍ୟ ପରେ ଏମାନେ ଦୁର୍ଘଟଣା ଘଟିଥିବା ଲାଇନ ସଠିକ୍ ଭାବେ ଯାଞ୍ଚ କରି ନଥିବା ସୂଚନା ମିଳିଛି ।

 

➡️୧୩-‘ଓ୍ଵାର୍କ ଫ୍ରମ ହୋମ୍‌’ ବନ୍ଦ ହେବା ପରେ ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସ୍‌ ରୁ ଚାକିରୀ ଛାଡ଼ୁଛନ୍ତି ମହିଳା କର୍ମଚାରୀ l

 

➡️୧୪-ବିଦେଶରେ ଟ୍ରକ ଯାତ୍ରା କଲେ ରାହୁଲ ଗାନ୍ଧୀ: ୱାଶିିଂଟନ ଡିସିରୁ ବାହାରି ନ୍ୟୁୟର୍କରେ ପହଁଚିଲେ l

 

➡️୧୫-ମମତା ବାନାର୍ଜୀଙ୍କୁ ୬୦୦ କେଜି ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା l

 

➡️୧୬-ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁଇସାଇଡ ଉପରେ ବ୍ୟାନ ଲଗାଇଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ।

 

➡️୧୭-ଜୁନ୍ ମାସ ଶେଷ ସୁଦ୍ଧା ଚୀନ୍‌ରେ ରହିବେନି ଜଣେ ବି ଭାରତୀୟ ସାମ୍ବାଦିକ । ଚୀନ୍‌ରେ କାର୍ଯ୍ୟ କରୁଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଜୁନ୍ ମାସ ଶେଷ ପୂର୍ବରୁ ଦେଶ ଛାଡିବାକୁ ହେଲା ନିର୍ଦେଶ l

 

➡️୧୮-ଫିଲପାଇନ୍ସ ଦରାଗା ଅଞ୍ଚଳରେ ଥିବା ମେୟୋନ ଆଗ୍ନେୟଗିରି ଗତ ୨ ଦିନ ହେଲା ଉଦଗିରଣ ହେଉଛି। ୮ ହଜାର ୭୭ ଫୁଟ ଉଚ୍ଚ ଏହି ପାହାଡ ଗହ୍ୱରରୁ ଲଗାତାର ବିଷାକ୍ତ ବାସ୍ପ ଓ ଲାଭା ଉଦଗିରଣ ହେବା ଯୋଗୁଁ ୧୪ ହଜାର ଲୋକଙ୍କୁ କରାଗଲା ବିସ୍ଥାପିତ l

 

➡️୧୯-ଚଳିତ ମହିଳା ଏମର୍ଜିଂ ଏସିଆ କପ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତୀୟ ଏ’ ଦଳ ବିଜୟରୁ ଅଭିଯାନ କଲା ଆରମ୍ଭ l

 

➡️୨୦-ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ l

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ପହିଲି ରଜ, ଖଳିଲାଗି ଏକାଦଶୀ ll*

*🔅ଆଜି ଆନ୍ତର୍ଜାତୀୟ ସ୍ନାନ ଦିବସ ll*

*🔅ଆଜି ବିଶ୍ୱ ରକ୍ତ ଦାତା ଦିବସ ll*

*🔅ଆଜି ପଠାଣି ସାମନ୍ତଙ୍କ ଶ୍ରଦ୍ଧା ବାର୍ଷିକ ll*

*🔅ଆଜି ପତାକା ଦିବସ ll*

*🔅ଆଜି ପରିବାର ଇତିହାସ ଦିବସ ll*

 

*କୃଷିଭିତ୍ତିକ ଗଣ ପର୍ବ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ, ସୁପ୍ରଭାତ ll*