ଉମରକୋଟ ରେ ଗଣ୍ଡଗୋଳ ଓ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଯୁବକ ପୋଲିସ ଦ୍ବାରା ଗିରଫ ଓ କୋର୍ଟ ଚାଲାଣ………

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ଉମରକୋଟ ସହରର ଜଣେ ଯୁବକ ବନ୍ଧୁକ ଦେଖାଇ ଭୟଭୀତ କରି ମାରପିଟ କରିଥିବା ଅଭିଯୋଗରେ ଉମରକୋଟ ପୋଲିସ ଦ୍ବାରା ଗିରଫ ହେଇଛି । ୯ ତାରିଖ ଦିନ ରାତି ପ୍ରାୟ ୮.୩୦ ସମୟରେ ଉମରକୋଟ ସହର ନିକଟସ୍ଥ ନୂଆଗୁଡ଼ା (ୟୁ ଭି ୭) ଗ୍ରାମର ମିଥୁନ ମିତ୍ର ଓ ତାଙ୍କ ଗ୍ରାମ ର ସଞ୍ଜୟ ମିତ୍ର ଏକ ବାଇକ୍ ଯୋଗେ ଏକ ବାହା ଘରରେ ଯୋଗ ଦେବା ପାଇଁ ଚାଟିଗୁଡ଼ା ଗ୍ରାମକୁ ଯାଉଥିବା ବେଳେ ଉମରକୋଟ ନୁଆ ବସ ଷ୍ଟାଣ୍ଡ ଠାରେ କୌଣସି ଏକ ଘଟଣାକୁ ନେଇ କେନାଲ ସାହିର ଅମିତ ହରିଜନ ଓ ତାର ୨ ସହ ଯୋଗୀଙ୍କ ସହ ଯୁକ୍ତିତର୍କ ହେଲା। ଅମିତ ବନ୍ଧୁକ ବାହାର କରି ଭୟଭୀତ କରିବା ସହ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ସହ ଲୁହା ଖଡୁ ରେ ମୁଣ୍ଡରେ ମାରିବା ସହ ଦେହ ସାରା ପ୍ରବଳ ଲାତ ଗଇଠା ମାରିଥିଲେ। ଏପରିକି ବନ୍ଧୁକ ଦେଖାଇ ତାକୁ ଓ ତାଙ୍କ ପରିବାରକୁ ଜୀବନ ରେ ମାରି ଦେବି ବୋଲି ଧମକ ଦେବା ସହ ଘଟଣା ସମୟରେ ତାଙ୍କ ଗ୍ରାମ ର କିଛି ବ୍ୟକ୍ତି
ଖବର ପାଇଁ ଛଡେଇ ବାକୁ ଆସିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି ମିଥୁନ ମିତ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ନିଭାଇ ସେଦିନ ଠାରୁ ଅମିତ ଫେରାର ହେଇ ଯାଇ ଥିଲା। ଉମରକୋଟ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଥିଲା।
ଗତ କାଲି ବିଳମ୍ବିତ ରାତିରେ ଉମରକୋଟ ସହରର ଭାଲୁ ଗୁଡ଼ା ଠାରେ ପୋଲିସ ଅମିତକୁ ଗିରଫ କରିଥିବା ସହ ଆଜି କୋର୍ଟ ଚାଲାଣ କରିଛି। ଅମିତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬ (୨), ୨୯୬, ୧୧୫ (୨) , ୩୫୧ (୩), ୩ (୫), ୨୫,୨୭ ଧାରା ରେ ମୋକଦ୍ଦମା ରୁଜ୍ଜୁ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉମରକୋଟ ପୋଲିସ ଅମିତ ଠାରୁ ବନ୍ଧୁକ ଜବତ କରିପାରିନାହି। ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏଙ୍କ ନିର୍ଦ୍ଧେଶ କ୍ରମେ ଘଟଣାର ତଦନ୍ତ ଅଧିକାରୀ ପୋଲିସ ସବ ଇନ୍ସପେକ୍ଟର ଷୌମେନ୍ଦ୍ର ସେଠ, ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଓ ପୁଷ୍ପଲତା ସୁନାନି ଓ କନେଷ୍ଟବଳ ନରେନ୍ଦ୍ର ନାୟକ ମିଳିତ ଉଦ୍ୟମରେ ଅମିତକୁ ଗିରଫ କରାଯାଇଛି। ଉମରକୋଟ ପୋଲିସ ଘଟଣା ର ତଦନ୍ତ କରୁଛି ଓ ଘଟଣା ରେ ଆଉ କିଛି ଯୁବକ ହାତ ଥିବା ସନ୍ଧେହ କରି ତଦନ୍ତ କରୁଛି।