March 12, 2026

ଶାନ୍ତି ପୂର୍ଣ୍ଣ ଭାବେ ମତଦାନ ଶେଷ ଗଞ୍ଜାମ ବ୍ଲକରେ ….

buh0
Share

ଗଞ୍ଜାମ :ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା । ଇଭିଏମ ମେସିନ ସମସ୍ୟା ପାଇଁ କାଁ ଭାଁ କିଛି ବୁଥରେ ନିର୍ଦ୍ଧାରିତ ସମୟରୁ କିଛି ସମୟ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଗଂଜାମ ବ୍ଲକ୍ ୧୫ ପଞ୍ଚାୟତ ଏବଂ ଗଂଜାମ ଓ ରମ୍ଭା ଦୁଇଟି ଏନଏସି ସମ୍ବେଦନଶୀଳ ଓ ଅତି ସମ୍ବେଦନଶିଳ ବୁଥ ଗୁଡ଼ିକରେ ପୋଲିସ ର କଡ଼ା ସୁରକ୍ଷା ବଳୟରେ ମତ ଦାନ ହୋଇଥିଲା ।ମୋଟା ମୋଟି ଏହି ବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହ ମତଦାନ ଶେଷ ହୋଇଥିବା ଜଣାପଡିଛି । ମତ୍ତ ଦାନ ଆରମ୍ଭ ବେଳେ ପାଳିବନ୍ଧ ପଞ୍ଚାୟତରେ କିଛି ଏଭିଏମ ମେସିନ ରେ ତ୍ରୁଟି ଦେଖା ଯାଇଥିଲା ଯାହା ଫଳରେ ମତଦାନ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା ।ଖବର ପାଇ ନିର୍ବାଚନ ଅଧିକାରୀ ବସନ୍ତ କୁମାର ମଲ୍ଲିକ,ମଜିଷ୍ଟେଟ ଦାୟିତ୍ୱରେ ଥିବା କୁଞ୍ଜ ବିହାରୀ ବଡ଼ ଜେନା ଉକ୍ତ ବୁଥ ଗୁଡ଼ିକରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ପୁଲିଂ ଅଫିସର ସହ ଆଲୋଚନା କରିଥିଲେ । ମତଦାନ ଆରମ୍ଭ ବେଳେ ସେହିପରି ଦାମୋଦରପୁର 11ୱାଡ଼ ମତଦାନ କେନ୍ଦ୍ର ଫାଟକ ସମ୍ମୁଖରେ କିଛି ବିଜେପି କର୍ମୀ ଭୋଟର ଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ  ହୋଇଥିଲା । ଗଂଜାମ ଥାନା ଆଇ ଆଇସି ନମିତା ପାତ୍ର ସେଠାରେ ପହଞ୍ଚି ପରିସ୍ଥିତି ଆୟତ କରିଥିଲେ l( ପ୍ରଦୀପ କୁମାର ପଣ୍ଡା)