July 8, 2024
Share

 

୧-ସିବିଏସଇ ୧୦ମ ରେଜଲ୍ଟ ପ୍ରକାଶିତ,ପାସ୍‌ ହାର ୯୩.୬ ପ୍ରତିଶତ,ବାଜି ମାରିଲେ ଝିଅ।

୨-ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷା ଫଳ, ପାସ୍‌ ହାର ୮୭.୯୮ ପ୍ରତିଶତ।

୩-ସିବିଏସସି ଫଳାଫଳ ରିଜିଅନରେ ଓଡ଼ିଶା ଦ୍ବିତୀୟ, ପଶ୍ଚିମବଙ୍ଗ ପ୍ରଥମ ଓ ଛତିଶଗଡ଼ ତୃତୀୟ।

୪-ପ୍ରଥମ ପର୍ଯ୍ୟାୟ ଭୋଟ ଦେଲା ଓଡିଶା,ପ୍ରାୟ ୭୪%ପ୍ରତିଶତ ମତଦାନ । ସେପଟେ ସୁନାବେଡାରୁ ହେଲିକପ୍ଟର ଯୋଗେ ଷ୍ଟ୍ରଙ୍ଗରୁମ୍ ଗଲା ଇଭିଏମ୍ ।

୫-ମିଳିତ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପିର ୫ ବଡ଼ ନେତା, କାଉଣ୍ଟର ପ୍ରେସମିଟ୍ କରି ବିଜେଡି ରଖିଲା ପ୍ରତିକ୍ରିୟା।

୬-ଭୁବନେଶ୍ୱର: ଡ଼ା ମାନସ ସାହୁ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ।

୭-ନିର୍ବାଚନ ଋତୁରେ ଫୁଲର ଫୁଲ୍ ଡିମାଣ୍ଡ ,ଲାଭରେ ବ୍ୟବସାୟୀ।

୮-ପାଣିପାଗ ବିଭାଗର ପୂର୍ବାନୁମାନ:୧୯ରେ ଆଣ୍ଡମାନ ଛୁଇଁବ ମୌସୁମୀ।ଏଥର ସହଳ ମୌସୁମୀ ଆସିବା ନେଇ ଆକଳନ।

୯-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ଲଘୁଚାପ ସମ୍ଭାବନା,ଅନୁକୂଳ ରହିଛି ପାଣିପାଗ।

୧୦-ବୈ।ଦ୍ଧ:ଚେକିଂ ବେଳେ କାର୍‌ରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ।

୧୧-ତାଳଚେରରେ ଟାର୍ଗେଟ କଲେ ପାଣ୍ଡିଆନ । କୋଇଲା ଟଙ୍କା କିଏ ଖାଉଛି ବୋଲି କଲେ ପ୍ରଶ୍ନ, ୨୭ ହଜାର କୋଟିରୁ ଓଡ଼ିଶାକୁ ମାତ୍ର ୪,୫୦୦ କୋଟି ମିଳୁଥିବା ଦେଲେ ତଥ୍ୟ ।

୧୨-କଟକ:ଗିରଫ ହେବେ କିି ଅନୁଭବ ମହାନ୍ତି, ଜାରି ହେଲା ଏନବିଡବ୍ଲ୍ୟୁ।

୧୩-ଚିକିଟି: ଗଞ୍ଜାମ ଚିକିଟିରେ ବୁଥ ରିଗିଂ ଅଭିଯୋଗ, ଉଭୟ ଗୋଷ୍ଠୀ ପିଟାପିଟି।

୧୪-ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗରରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଖଣ୍ଡା ଓ କାତି, ହାଣିଦେଲେ ଜଣଙ୍କ ହାତ।

୧୫-ଗଞ୍ଜାମ:କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ।

୧୬-କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମହିଳାଙ୍କ ସମେତ ୩ ଗୁରୁତର।

୧୭-ନୋଏଡା: ରକେଟ୍ ପରି ଉଡ଼ିଲା ଲିଫ୍ଟ,୨୫ ମହଲାର ଛାତ ଭାଙ୍ଗି ପହଞ୍ଚିଲା ଉପରେ,୩ ଆହତ

୧୮-ଆଇପିଏଲ:ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ, ପ୍ଲେ ଅଫ୍ରୁ ବାଦ୍ ପଡ଼ିଲା ଗୁଜରାଟ ଟାଇଟନ୍ସ।

୧୯-ପାଟନା:ମୋଦିଙ୍କ ନିଆରା ଅନ୍ଦାଜ; ମୁଣ୍ତରେ ପଗଡ଼ି ପିନ୍ଧି ରୋଷେଇ କରି ଭକ୍ତଙ୍କୁ ଖାଦ୍ୟ ପରସିଲେ।

୨୦-ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ୭୨ବର୍ଷ ବୟସରେ ପରଲୋକ।

୨୧-ଗୁଜରାଟ:ଜିତିଲା ଇଚ୍ଛାଶକ୍ତି,ଗୁପ୍‌ଚୁପ୍‌ ବିକାଳିଙ୍କ ଝିଅ ବୋର୍ଡ ପରୀକ୍ଷାରେ ରଖିଲେ ୯୯.୭୨ ପର୍ସେଣ୍ଟାଇଲ୍ ମାର୍କ

୨୨-ମୁମ୍ବାଇରେ ଭୟଙ୍କର ଝଡ଼-ତୋଫାନ, ବିଲ୍‌ ବୋର୍ଡ ଖସିପଡ଼ିବାରୁ ୫୭ରୁ ଅଧିକ ଆହତ, ଚାପି ହୋଇ ରହିଛନ୍ତି ୧୦୦ରୁ ଅଧିକ।