November 18, 2024
Share

*ଖବର ଆଜିର*

ତାରିଖ ୧୪/୦୫/୨୦୨୩ ରବିବାର ।

 

ଦିଲ୍ଲୀକୁ ହରାଇ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଲା ପଞ୍ଜାବ, ହିରୋ ସାଜିଲେ ପ୍ରଭସିମରନ ଏବଂ ହରପ୍ରୀତ ।

 

ମଙ୍କଡ ଏବଂ ପୂରନଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦକୁ ହରାଇ ୪ର୍ଥ ସ୍ଥାନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ।

 

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଉତ୍ସବ ମନାଇଲା ବିଜେଡି । ଶଙ୍ଖ ଭବନରେ ନେତା ଓ କର୍ମୀଙ୍କ ସହ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

 

କର୍ଣ୍ଣାଟକରେ ଉଠିଲା ହାତ, ଝାଉଁଳିଲା ପଦ୍ମ । କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ।

 

ଆଜି ବସିବ କଂଗ୍ରେସ ବିଧାୟକ ଦଳର ବୈଠକ । ଅପରାହ୍ନ ସାଢେ ୫ଟାରେ ଏକାଠି ହେବେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ।

 

ହାଣ୍ଡିଶାଳର ଚାରିକାନ୍ଥ ଭିତରୁ ମିଶନ ଶକ୍ତି ମହିଳାଙ୍କୁ ବାହାରକୁ ଆଣିଛି ବିଜେଡି, ଏବେ ସେମାନେ ସାଧାରଣ ଜୀବନରେ ସୃଷ୍ଟି କରୁଛନ୍ତି ଉଦାହରଣ-ମୁଖ୍ୟମନ୍ତ୍ରୀ ।

 

ଭିମସାର ସ୍ତ୍ରୀ ଓ ପ୍ରସୁତୀ ବିଭାଗରେ ଜଟିଳ ଅସ୍ତ୍ରୋପଚାର, ମହିଳାଙ୍କ ଗର୍ଭାଶୟରୁ ବାହାରିଲା ୧୧ କିଲୋ ଓଜନର ଆର୍ବୁଦ ।

 

ପରିଣୀତି-ରାଘବଙ୍କ ନିର୍ବନ୍ଧ ସଂପନ୍ନ; ଉତ୍ସବରେ ଯୋଗଦେଲେ ବଲିଉଡ କଳାକାରଙ୍କ ସହ କେଜ୍ରିୱାଲ-ମାନ୍ ।

 

ମେ’ ୧୪ରୁ ଭୁବନେଶ୍ୱରରେ ୪ଦିନିଆ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ।

 

ଆଜି ପ୍ରକାଶ ପାଇବ ସିଆଇଏସ୍‌ସିଇ ରେଜଲ୍ଟ ।

 

CBIର ନୂଆ ମୁଖ୍ୟ ଚୟନ ପାଇଁ ବସିବ ଉଚ୍ଚସ୍ତରୀୟ ବୈଠକ, ଦୌଡରେ ଦିଲ୍ଲୀ ପୋଲିସ କମିଶନର ।

 

ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଠକ, ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ।

 

କର୍ଣ୍ଣାଟକ ହାରିବା ପରେ ଅଧ୍ୟକ୍ଷ ନଲିନ କୁମାର ଏବଂ ୟେଦିୟୁରପ୍ପାଙ୍କ ବୟାନ, କହିଲେ-‘ବିଜୟ ଏବଂ ପରାଜୟ ନୂଆ ନୁହେଁ’ ।

 

କର୍ଣ୍ଣାଟକ ନିର୍ବାଚନରେ ବିଜୟ ପରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହୁରି ପରିଶ୍ରମ କରିବାକୁ ବିଜେପି କର୍ମୀଙ୍କୁ ପରାମର୍ଶ ।

 

ପାରାଦୀପ ବନ୍ଦରକୁ ସଫଳତା: ତିନୋଟି ବର୍ଗରେ ‘ସାଗର ଶ୍ରେଷ୍ଠ’ ସମ୍ମାନ ।

 

ସିଦ୍ଦରମେୟା ଲଗାତାର ୯ ଥର ପାଇଁ ନିର୍ବାଚନ ଜିତିଲେ: ଶିବକୁମାରଙ୍କ ଅଷ୍ଟମ ବିଜୟ ।

 

ସୁପ୍ରଭାତ ,ଶୁଭ ସକାଳ ।