May 10, 2026

କୋରାପୁଟରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

IMG-20250414-WA0020
Share

 

କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇଁ ସରକାର,ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ,ସମାଜସେବୀ ରୂପକ ତୁରୁକ, କାମାକ୍ଷା ପ୍ରସାଦ ମାଝୀ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସନ୍ତୋଷ କୁମାର ସେଠି ଓ ଅଲିଭା କୁମାର ବେହେରା ଯୋଗଦେଇ ପରିଚାଳନା କରିଥିଲେ। କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା