ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକା ଓ ସାମ୍ବାଦିକ ..

ବାଲେଶ୍ବର ( ଦେବାଶିଷ ଦାଶ )
ବିଦାୟ କାଳୀନ ସଭା ଥିଲା ଅତ୍ୟନ୍ତ ଦୁଃଖ ପୂର୍ଣ୍ଣ । ନଥିଲା କାହାରି ମନରେ ହସ ଓ ଆନନ୍ଦ । ଦୀର୍ଘ ଦିନର ସମ୍ପର୍କ ତୁଟାଇ ସଂସ୍କୃତ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମହାବିଦ୍ୟାଳୟରୁ ବିଦାୟ ନେଉଥିବାରୁ ପରିବେଶ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ପରିବେଶ ଥିଲା । ଏପରି ଏକ ଦୁଃଖଦ ପରିବେଶ ସୃଷ୍ଟି ହୋଇଥିଲା ବାଲେଶ୍ବର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ । ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଉପଲକ୍ଷେ ସଂସ୍କୃତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ମୋହନ ଚରଣ ସାହୁ । ଅନ୍ୟ ଅତିଥି ମାନେ ମଧ୍ୟ ମଞ୍ଚାସୀନ ଥିଲେ । ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଗୋଲାପ ଚାରା ଗଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସାମ୍ବାଦିକା ଭଉଣୀ କୁଞ୍ଜଲତା ମାହୁଁନ୍ତ ଏବଂ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଗୋଲାପ ଚାରା ଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ମୋହନ ଚରଣ ସାହୁ । ତାଙ୍କୁ ସହଯୋଗ କରିଥିଲେ ସଂସ୍କୃତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଦ୍ବାରିକା ନାଥ ଶତପଥୀ ଏବଂ ଅନ୍ୟ ମାନେ । ବାସ୍ତବରେ ବିଦାୟ ବେଳର ଦୁଃଖ ପୂର୍ଣ୍ଣ ପରିବେଶ ସମସ୍ତଙ୍କ ମନ ଓ ହୃଦୟକୁ ଅସ୍ଥିର କରିଥିଲା । ବିଦାୟୀ ଛାତ୍ରଛାତ୍ରୀଙ୍କ ଚଲାପଥ କୁସୁମିତ ନିମନ୍ତେ ସମସ୍ତେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।।