November 16, 2024
Share

ଋଷୁକୁଲ୍ୟା ନଦୀରେ ମାଛ ମଡ଼କ
—————————————-
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି କୂଳରେ ପଡିବା ସହ ଭାସୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ମସ୍ଚ୍ୟଜୀବି ମାନେ ନିଜ ପେଟ ପାଟଣା କୁ ନେଇ ଚିନ୍ତିତ ହୋଇପଡିଛନ୍ତି lବିଶୁଭ ସଂକ୍ରାନ୍ତି ପାଇଁ କୌଣସି ମତ୍ସଯିଵୀ ଋଷିକୂଲ୍ୟା ନଦୀକୁ ଡ଼ଙ୍ଗା ଧରି ମାଛ ମାରିବାକୁ ଯାଇ ନ ଥିବା ବେଳେ କେଉଁ କାରଣରୁ ମାଛ ମରିଛି ତାହା ଜଣା ପଡ଼ିନାହିଁ l ଋଷିକୁଲ୍ୟା ମୁହାଁଣ ଠାରୁ କାଇଁଚପୁର ଗ୍ରାମ ମଧ୍ୟରେ ନଦୀରେ ହଜାର ହଜାରମଲା ମାଛ ପଡି ମରିପଡି ରହିଥିବା ଯୋଗୁଁ ପୁଟିଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି l ଆଗାମି ଦିନରେ ମସ୍ୟଜୀବୀ ମାନେ ନଦୀକୁ ମାଛ ମାରିବାକୁ ଯିବା ସମୟରେ ଉକ୍ତ ମାଛ ଗୁଡିକରେ କଣ୍ଟା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ମାତ୍ସଜୀବି ମାନେ ପ୍ରକାଶ କରିଛନ୍ତି l
ବର୍ତ୍ତମାନ କଣ୍ଟିଆ ମାଛ ମାନଙ୍କ ବ୍ରିଡିଙ୍ଗ ସିଜନ ଏହି ସମୟରେ ସେମାନଙ୍କ ଗାଲିରେ ଏକ ପ୍ରକାର ପୋକ ଲାଗିଯାଇଥାଏ ସେହି କାରଣରୁ ମାଛ ମାନଙ୍କ ମୃତ୍ୟୁ ହୋଇପାରେ ବୋଲି ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା ସନ୍ଦେହ ପ୍ରକାଶ କରିଛନ୍ତି l
ସେହିପରି ଏପରି ମାଛ ମଡ଼କ ଯୋଗୁଁ ମସ୍ୟଜୀବୀ ଙ୍କ ଜୀବିକା ଉପରେ କୁପ୍ରଭାବ ପଡିପାରେ ଦାମୋଦରପୁର ଗ୍ରାମର ମସ୍ୟଜୀବୀ ଗୋବିନ୍ଦ ବେହେରା ସନ୍ଦେହ କରିଛନ୍ତି
l ଯାହାକୁ ନେଇ ବିଭଗିୟ କର୍ତ୍ତ୍ୟୁପକ୍ଷ ଏହାର ତଦନ୍ତ କରି ଗରିବ ମସ୍ୟଜୀବୀ ମାନଙ୍କୁ ସରକାରୀ ସାହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି l