May 19, 2024

ବିଛୀନାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Share

ବିଛୀନାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତରଲା ପଞ୍ଚାୟତ ବିଛିନାଞ୍ଚଳ ରେ ଥିବା ନୂଆଗୁଡା ଏବଂ କୋଟ୍ରା ଗୁଡା ଗ୍ରାମରେ ସୁନାର ବେଲି ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ଅଞ୍ଚଳ ବାସୀ ଙ୍କ ସମସ୍ତ ପ୍ରକାର ରକ୍ତ ପରୀକ୍ଷା. ଏବଂ ସୁଗାର. ଡ଼ାଏ ବେ ତିସ. ସହ ସାଧାରଣ ପରୀକ୍ଷା କିରାଯାଇ ଔଷଧ ବିତିରଣ କରାଯାଇଥିଲା ଗ୍ଲୁକୋସ. ଏବଂ ବିସ୍କୁଟ ପ୍ରଦାନ କରାଯାଇଥିଲା ନିଜ ଶରୀରକୁ କିପରି ଭାବରେ ଯତ୍ନ ନେବେ ସେ ନେଇ ଡାକ୍ତର ଶ୍ରୀ ରାମ ପଣ୍ଡା ଉକ୍ତ ଶିବିର ରେ ସଚେତନ କରିଥିଲେ. ଉକ୍ତ ଗ୍ରାମ କୁ ଯିବାକୁ କୌଣସି ସୁବିଧା ନ ଥିବାରୁ ସମସ୍ତେ ଏସ ବି ନୂଆଗାଁଆସିବାକୁ ହେଲେ ଡ଼ଙ୍ଗା ରେ ଯିବା ଆସିବା କରି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ଆଜିର ଏହି ଶିବିର ରେ ମୋଟ 170ଜଣ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ନେପକିନ. ମାସ୍କ ଇତ୍ୟାଦି ପ୍ରଦାନ କରାଯାଇଥିଲା ଦିନ ଏଗାର ଘଣ୍ଟା ଠାରୁ ତିନି ଟା ପର୍ଯ୍ୟନ୍ତ ଚାଲିଥିବା ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଫୋର୍ମାସିଷ୍ଟ ସୁଶ୍ରୀ ପ୍ରିୟଙ୍କା ବିଶୋଇ. ଆମଜୁରୀ ବାଲାଜୀ. ବ୍ରହ୍ମାନନ୍ଦ ସ୍ୱାଇଁ. ସ୍ନେହ ଲତା ମହାରଣା. ଶିବାନୀ ବେନାର୍ଜୀ. ପଦ୍ମ ଜା ମଣ୍ଡଳ ମୋମତା କେଉଟ ସୁକାନ୍ତି ନାୟକ ଙ୍କ ସମେତ ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିବା ଜଣା ଯାଇଛି

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I