ମହିଳା ବନ୍ଧୁତ୍ବପୂର୍ଣ୍ଣ ପଞ୍ଚାୟତ ଭାବରେ ଗୁଡିପଦର ମନୋନୀତ। କେନ୍ଦ୍ରୀୟ କମିଟି ପରିଦର୍ଶନ
ଚିକିଟି ସୁଭଶ୍ରୀପ୍ରଧାନ,14/03/2026
ଗଞ୍ଜାମଜିଲ୍ଲାର ପାତ୍ରପୁର ବ୍ଲକ ସୀମାନ୍ତ ଗୁଡିପଦର ପଞ୍ଚାୟତ ମହିଳା ଫ୍ରେଣ୍ଡଲି ପଞ୍ଚାୟତ ଭାବରେ ମନୋନୀତ ହୋଇଥିବା ବେଳେ ଶୁକ୍ରବାର ଗୁଡିପଦର ପଞ୍ଚାୟତରେ ଏକ କେନ୍ଦ୍ରୀୟ କମିଟି ସଦସ୍ୟ ପହଞ୍ଚି ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଚଳିତ ବର୍ଷ ପାତ୍ରପୁର ବ୍ଲକର ମହିଳା ଫ୍ରେଣ୍ଡଲି ପଞ୍ଚାୟତ ଚୟନ ପ୍ରକ୍ରିୟାରେ ୨୩ ଗୋଟି ପଞ୍ଚାୟତର ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ତରଫରୁ ମହିଳା ଫ୍ରେଣ୍ଡଲି ପଞ୍ଚାୟତର ଯେଉଁ ସବୁ ନିୟମ ରହିଛି ସେହି ଅନୁସାରେ ଗୁଡିପଦର ପଞ୍ଚାୟତକୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କେନ୍ଦ୍ରୀୟ କମିଟି ସଦସ୍ୟ ଏସ ଆଇ ଆର ଡି ବିଜୟ କୁମାର,ପ୍ରଦିପ ମହାପାତ୍ର, ସିଡିଓ ବିଜୟ କୁମାର ବେହେରା, ଡିପିଏମ ଜଗନ୍ନାଥ ସାହୁ ପହଞ୍ଚିବା ପରେ ଗୁଡିପଦର ପଞ୍ଚାୟତ ତରଫରୁ ଶହ ଶହ ମହିଳା ପହଞ୍ଚି ସ୍ୱାଗତ କରିଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ କମିଟି ପଞ୍ଚାୟତ ପରିଦର୍ଶନ କରିବା ସହିତ ସମସ୍ତ ଫାଇଲ ଅନୁଧ୍ୟାନ କରିଥିଲେ। ଏଥି ସହିତ ଗୁଡିପଦର ପଞ୍ଚାୟତର ଉଭୟ ଗ୍ରାମ ତଥା ଗୁଡିପଦର ଓ ବଳରାମପୁର ଗ୍ରାମ ପରିଦର୍ଶନ କରି ଫେରିଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାତ୍ରପୁର ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡି, ସରପଞ୍ଚ ଜି ଶ୍ରୀଦେବୀ ସେଠୀ, ପୂର୍ବତନ ସରପଞ୍ଚ ୱାଇ ମହୋନ ରାଓ,ଏବିଡିଓ ବିଜୟ କୁମାର ପ୍ରଧାନ,ସି ପି ଦେବାଶିଷ ପ୍ରଧାନ ବିଏସଏସଓ ସ୍ନେହାଶିଷ ପଟ୍ଟନାୟକ,ଏପିଓ ପ୍ରଣତି ପୁରୋହିତ, ସ୍ଥାନୀୟ ପି ଇ ଓ ମୋହନ ରାଓ ଙ୍କ ସମେତ ବହୁ ପି ଇ ଓ,ଏଡିଇଓଙ୍କ ସହ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।
