କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ନିଆଁ ଝାଶରେ ସ୍ୱାମୀ ସ୍ତ୍ରୀ ଦୁହେଁ ଆହାତ
ମୋହନା(ଜୁନେସ ଶବର)କର୍ଚ୍ଚବାଡ଼ି ଗ୍ରାମ ପଞ୍ଚାୟତ ରାଲ୍ଦିପଙ୍କା ଗାଁ ନିକଟସ୍ଥ କାଜୁ ବାଡ଼ ରେ ଅଘଟଣ। କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା ସ୍ୱାମୀ ସ୍ତ୍ରୀ ଙ୍କ ପାଇଁ କାଳ। ସ୍ୱାମୀ ହେମନ୍ତ ଗମାଙ୍ଗ ଓ ସ୍ତ୍ରୀ ସୁମିତ୍ରା ଗମାଙ୍ଗ ଆଜି ଅପରାହ୍ନ ସମୟରେ ନିଜ କାଜୁ ବାଡ଼ରେ ନିଆଁ ଲାଗିଥିବା ଦେଖି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ନିଆଁ ଏତେ ମାତ୍ରାରେ ନିଜ କାଜୁ ବାଡ଼ରେ ଲାଗିଥିଲା ଯେ ସ୍ୱାମୀ ସ୍ତ୍ରୀ ଉଭୟ ବହୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରି ପାରିନଥିଲେ ଏବଂ ଦୁହେଁ ଆହତ ହୋଇଛନ୍ତି ।ଶେଷରେ ନିଆଁ ର ଝାଶରେ ଉଭୟ ସ୍ୱାମୀ ସ୍ତ୍ରୀ କାଜୁ ବାଡ଼ରେ ବେହୋସ ହୋଈ ପଡ଼ି ଯାଇଥିଲେ। ସେଠାରେ କିଛି ଗାଁ ଲୋକେ ଦେଖି ଉଭୟ ଙ୍କୁ ପ୍ରଥମେ ଅଡବା ମେଡିକାଲ ଓ ପରେ ମୋହନା ମେଡିକାଲ ରେ ଭର୍ତ୍ତି କରି ଚିକତ୍ସା କରାଇଥିଲେ।ବର୍ତ୍ତମାନ ଉଭୟ ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ଙ୍କ ଠାରୁ ସୂଚନା ମିକିଛି ।
