March 16, 2026
ajiro khabar
Share

 

ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଗଲା ୬୮୪ କୋଟି ଟଙ୍କା। ମେସେଜ ଗଲା କି ନାଇଁ, ଆକାଉଣ୍ଟ ଚେକ କରିବାକୁ କହିଲେ ସରକାର।

 

ଅଭ୍ୟନ୍ତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ମଧ୍ୟରେ ୭୦ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ସ୍ବତନ୍ତ୍ର ରିଗ୍‌ ମେସିନ ଦ୍ୱାରା ଖଣିଜ ସନ୍ଧାନ କାର୍ଯ୍ୟ ଚାଲୁଛି।

 

ଓଡ଼ିଶାରେ ୫୧୮୨ଟି ମୋବାଇଲ୍‌ ଟାୱାର ସ୍ଥାପନ ହେବ। ୭୧୫୭ଟି ଗାଁର ବାସିନ୍ଦାମାନେ ଉପକୃତ ହେବେ। ‌

 

ସିଲିଣ୍ଡର ସଙ୍କଟ ପାଇଁ ଅନେକ ଦୋକାନ ବନ୍ଦ। ଜଳଖିଆ ଓ ଚା ଦୋକାନ ପ୍ରଭାବିତ। ଗାଁ ମୁହାଁ ହେଲେଣି ଲୋକ।

 

ରାଜ୍ୟସଭା ନିର୍ବାଚନ ପାଇଁ ନିଜ ବିଧାୟକଙ୍କୁ ବେଙ୍ଗାଲୁରୁରେ ଲୁଚାଇ କରି ରଖିଛନ୍ତି କଂଗ୍ରେସ ହାଇକମାଣ୍ଡ।

 

ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଲଢ଼ିବେ ବୋଲି କହିଲେ ରାୟଗଡାର ଭାସ୍କର ରାଓ।

 

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।

 

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ।

 

ଝାରସୁଗୁଡା ବେହେରାମାଲରେ ବେଆଇନ ଭାବେ ଗଚ୍ଛିତ କରାଯାଇଥିବା ଗ୍ୟାସ୍‌ ସିଲିଣ୍ଡର ଜବତ।

 

ମୟୂରଭଞ୍ଜ ଜିଲ୍ଲା ତିରିଂ ଅଞ୍ଚଳରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ରାସ୍ତା ମଝିରେ ଆଦିବାସୀ ନାବାଳିକାକୁ ଅସଦାଚାରଣ କଲା।

 

ଜଗତସିଂହପୁର ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମର ଶଶି ରଞ୍ଜନ ପଣ୍ଡାଙ୍କ ପୁତ୍ର ସ୍ମୃତି ରଞ୍ଜନ ପଣ୍ଡା(୩୨)ଙ୍କର ବିଦ୍ୟୁତ୍ ଆଘାତରେ ପରଲୋକ।

 

ସମ୍ବଲପୁର ଜିଲ୍ଲା ଜରାବଗା ପଞ୍ଚାୟତ ସର୍ଗିଡିହି ଗାଁରେ ଦୁଇ ଶିଶୁକନ୍ୟାଙ୍କୁ କୂଅରେ ପକାଇ ହତ୍ୟାକଲା ମା, ଫେରାର ହୋଇଗଲା।

 

ସୁନ୍ଦରଗଡ଼ ବଡ଼ଗାଁରେ ବିଦେଶୀ ମଦ ଜବତ ମାମଲାରେ ସୁରକ୍ଷା ଦେବା ପାଇଁ ଢାବା ମାଲିକଙ୍କଠାରୁ ଲାଞ୍ଚ ନେଲାବେଳେ ପୁଲିସ ଏଏସ୍‌ଆଇ ଧରା ପଡିଲେ।

 

ରାୟଗଡ଼ା ସହର ଫାୟାର ଷ୍ଟେସନ ନିକଟରେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍ ହେଲା।

 

ବାଲେଶ୍ୱର ଜିଲ୍ଲା ବାହାନଗାରେ ପୁରୀ ଯାଉଥିବା ତୀର୍ଥଯାତ୍ରୀ ଗାଡ଼ି ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା। ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଗୁରୁତର।

 

ଅନୁଗୁଳ ପାଲଲହଡ଼ା ରେ ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର। ଲାଗିଲା ନିଆଁ, ଜଳିଗଲେ ଚାଳକ।

 

ସମ୍ବଲପୁର ଅତାବିରାରେ ଜାତୀୟ ରାଜପଥରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ୍, ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ।

 

ମଧ୍ୟପ୍ରଦେଶ ଇନ୍ଦୋରରେ ଆଇଏଏସ୍‌ ଅଧିକାରୀ ବନ୍ଦନା ବୈଦ୍ୟଙ୍କ ଫାର୍ମ ହାଉସରେ ଜୁଆ ରାକେଟ, ୧୮ ଜଣ ଗିରଫ କରିଛି।

 

ପଞ୍ଜାବରେ ଚାଲିଥିବା ଜାତୀୟ ବଧିର ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଶାର ମୋହିତ ପାଶୱାନ ରୌପ୍ୟ ପଦକ ଜିତିଲେ।

 

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଗ୍ୟାସ୍‌ ସଙ୍କଟ ଯୋଗୁଁ ଦେଶର ଗାଡ଼ି ନିର୍ମାତାମାନେ ଚିନ୍ତିତ ହୋଇପଡ଼ିଛନ୍ତି।

 

ଆମେରିକା ଓ ନରୱେରୁ ଗ୍ୟାସ୍‌ ଆଣିବା ଉପରେ ଭାରତ ସରକାର କାମ କରୁଛନ୍ତି।

 

ଭାରତ ବିରୋଧରେ ଆମେରିକା ଅନୁଚିତ କାରବାର ଅଭିଯୋଗରେ ପୁଣି ଅଧିକ ଶୁଳ୍କ ଧମକ ଦେବାରୁ ବାଣିଜ୍ୟିକ ରାଜିନାମା ସ୍ଥଗିତ।

 

ମଝି ଆକାଶରେ ଆମେରିକା ବାୟୁସେନାର ଦୁଇଟି ଇନ୍ଧନ ବିମାନ ଧକ୍କା, ୪କ୍ରୁ ସଦସ୍ୟ ମୃତ।

 

ଇରାନକୁ ବଡ଼ ଝଟକା, କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର।

 

*ଗତବର୍ଷ ଏଇ ସମୟରେ*

ଯୁକ୍ତ ଦୁଇ ପରେ ବିଏଡ୍‌ ପଢ଼ିହେବ ବୋଲି କହିଥିଲେ ସରକାର।

 

ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ ଲଗାଇଥିଲେ।

 

ମାଗଣା’ ଯୋଜନାକୁ ନେଇ କହିଥିଲେ ନାରାୟଣ ମୂର୍ତ୍ତି, ‘ମାଗଣା ଜିନିଷରେ ଦାରିଦ୍ର୍ୟତା ଦୂର ହୁଏ ନାହିଁ’।

 

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

===================

ଆଜି ବିଶ୍ଵ ଗଣିତ ଦିବସ

ଆଜି ପାଇ (PI) ଦିବସ

 

ଆଜି ଜନ୍ମଦିନ: ଫରିଦା ଜଲାଲ, ମହମ୍ମଦ ଅମୀର ହୁସେନ ଖାନ, ଆଲବର୍ଟ ଆଇନଷ୍ଟାଇନ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ (ଶିକ୍ଷାବିତ, ଲେଖକ, ତିଗିରିଆ)

 

ଆଜି ତିରୋଧାନ: ଦାଦା କୋଣ୍ଡକେ, କାର୍ଲ ମାର୍କସ

 

ଇତିହାସରେ ଆଜି: (୧୯୩୧) ପ୍ରଥମ ଧ୍ୱନି ଚଳଚ୍ଚିତ୍ର ଆଲମ ଆରା ରିଲିଜ/ (୧୯୩୯) ସ୍ଲୋଭାକିଆ ସ୍ୱାଧୀନ ହେଲା/ (୨୦୧୩) ଇରାକରେ ସିରିଜ କାର ବିସ୍ଫୋରଣ/ (୨୦୧୬) ସିରିଆରୁ ରୁଷ ସୈନ୍ୟ ପ୍ରତ୍ୟାହାର/ (୨୦୧୮) ବିଶ୍ୱର ସୁଖୀ ଦେଶ ଫିନଲାଣ୍ଡ ଓ ଦୁଃଖୀ ଦେଶ ବୁରୁଣ୍ଡି ହେଲେ।